ଶେଷରେ ସ୍କୁଲ ଓ କଲେଜ ପିଲା ବାଲି ଚାଲାଣକୁ ବିରୋଧ କରି ରାସ୍ତାରୋକ କରିଲେ….!

add-all

ପ୍ରଶାସନ ଜଳକା ଦୀର୍ଘ ଘଣ୍ଟା ରାସ୍ତା ଅବରୋଧ…..
ବ୍ରହ୍ମପୁର : ଗତ ଗୁରୁବାର ଦିନ ଆସିକା ବ୍ଲକ ଅନ୍ତର୍ଗତ ବଡ଼ଖୋଲି ଓ ଧନିଜା ଗ୍ରାମର ଶତାଧିକ ଛାତ୍ର ଛାତ୍ରୀ ଓ ଗ୍ରାମବାସୀ ମିଶି ଅବାଧ ରେ ବାଲି ଚାଲାଣ କୁ ବିରୋଧ କରି ରାସ୍ତା ରୋକ କରିଲେ। ଦୀର୍ଘ ଘଣ୍ଟା ବୁଗୁଡ଼ା – ବାଲିପଦର ରାସ୍ତା ବନ୍ଦ ଗମନା ଗମନ ଠପ ପ୍ରଶାସନ ନାକେଦମ। ଧନିଜା ନିକଟରେ ଥିବା ବଡ଼ ନଦୀରୁ ରୀତିମତ ଦିନ ବେଳେ ସ୍କୁଲ, କଲେଜ ସମୟରେ ଧନିଜା, ଶାନ୍ତରାପଲ୍ଲୀ ଓ ବଡ଼ଖୋଲି ଦେଇ ଅବାଧ ରେ ଟ୍ରକ, ଟ୍ରାକ୍ଟର ଓ ହାଇୱା ରେ ବାଲି ଚାଲାଣ ହେଉଛି। ଯାହା ଦ୍ୱାରା ସ୍କୁଲ କଲେଜ ର ଛାତ୍ର ଛାତ୍ରୀ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସାଇକେଲ ରେ ଗଲା ବେଳେ ଆଖି ଓ ଦେହରେ ବାଲି ଉଡ଼ି ପଡୁଛି। ଏହି ରାସ୍ତା ଦେଇ ସହ ସହ ଗାଡ଼ି ଯାଉଥିବା ଯୋଗୁଁ ରାସ୍ତା ଖାଲଢ଼େପ ହେବା ସହ ଦୁର୍ଘଟଣା ର ଶିକାର ହେଉଛନ୍ତି, ଗ୍ରାମବାସୀ ଓ ଛାତ୍ର ଛାତ୍ରୀ ବୋଲି ଅଭିଯୋଗ ହୋଇ ଆସୁଛି। ବାରମ୍ବାର ପ୍ରଶାସନ କୁ ଅଭିଯୋଗ କରିଲେ କୌଣସି ଫଳ ନହେବାରୁ ଶେଷରେ ସ୍କୁଲ, କଲେଜ ଛାତ୍ର ଛାତ୍ରୀ ଓ ଗ୍ରାମବାସୀ ବାଧ୍ୟ ହୋଇ ରାସ୍ତା ଅବରୋଧ କରିଥିଲେ। ଗମନା ଗମନ ଠପ ହେବା ପରେ ଆସିକା ରାଜସ୍ୱ ବିଭାଗ ଓ କୋଟିନଡ଼ା ଥାନା ପୋଲିସ ଘଟଣା ସ୍ଥଳରେ ପାହଞ୍ଚି ପିଲା ଓ ଗ୍ରାମବାସୀଙ୍କୁ ବୁଝାସୁଝା ପରେ ରାସ୍ତା ଅବରୋଧ ହଟିଥିଲା। ଗଞ୍ଜାମ ଜିଲ୍ଲାରେ ଯେଉଁ ସବୁ ଅଞ୍ଚଳରେ ଥିବା ନଦୀ ଗୁଡ଼ିକରୁ ବାଲି ଚାଲାଣ ଗ୍ରାମ ଭିତରୁ ହେଉଛି।ସେଠାରେ ବାରମ୍ବାର ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ନଜିର ରହିଛି। ଆସିକା ଅଞ୍ଚଳ ରୁ ରୀତିମତ ଚୋରାରେ ବାଲି ଚାଲାଣ ହେଉଥିଲେ ବି ପ୍ରଶାସନ ର ଆଶୀର୍ବାଦ ଥିବା ଯୋଗୁଁ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଉଛନ୍ତି। ଏପଟେ ବାବୁ ମାନେ ଜଣେ ଜଣେ କୁବେର ହେବାରେ ଲାଗିଛନ୍ତି ବୋଲି ଚର୍ଚ୍ଚା ହେଉଛି।

ad-week
Leave A Reply

Your email address will not be published.