ଆମ ଓଡିଶା ନବୀନ ଓଡିଶାର ପଞ୍ଚାୟତ ସ୍ତରୀୟ ସଚେତନା ଶିବିର…

add-all

ଆର,ଉଦୟଗିରି : ଆଜି ଗଜପତି ଜିଲ୍ଲା ନୁଆଗଡ ବ୍ଲକ୍ ର ନୁଆଗଡ ଓ ଖଜୁରିପଦା ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା ପଞ୍ଚାୟତ ସ୍ତରୀୟ ସଚେତନା ଶିବିର ଅନୁଷ୍ଠିତ ହୋଇଥିଲା । ଉକ୍ତ ଶିବିରରେ ସ୍ଥାନୀୟ ପଞ୍ଚାୟତର ବହୁ ସଂଖ୍ୟକ ଜନସାଧାରଣ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ବିଡିଓ ଲୋକନାଥ ଶବର , ମୁଖ୍ୟ ବକ୍ତା ଭାବେ ବ୍ଲକ ଅଧ୍ୟକ୍ଷା ମାଳତୀ ପ୍ରଧାନ ନୂଆଗଡ ସରପଞ୍ଚ ସରଜିନୀ ରଇତ, ଜିପିଇଓ ନୃସିଂହ ଚରଣ ମିଶ୍ର , ନୋଡାଲ ପ୍ ଅଫିସ ପ୍ରଶାନ୍ତ ମଳିକ ଓ ପଞ୍ଚାୟତ ପିଇଓ ପି. ଗୋପାଳ ରାଓ ଏବଂ ଖଜୁରୀପଦା ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ସଣ୍ଡୁ ମଣ୍ଡଳ, ସହକାରୀ ନିର୍ବାହୀ ଯନ୍ତୀ ପ୍ରଦୁନ ଦାସ, ନୋଡ଼ାଲ ଅଫିସର ତଥା ସହକାରୀ ଯନ୍ତ୍ରୀ ଲୋକେନାଥ ପାତ୍ର,ସମନ୍ନିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଣି ସୁରତି ପ୍ରଧାନ ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ମୁଖ୍ୟ ଆଲୋଚ୍ୟ ବିଷୟ ହେଲା ମାନ୍ୟବର ଓଡିଶା ସରକାରଙ୍କ ଲୋକାଭିମୁଖୀ ଜନହୀତକାର ଯୋଜନା ମାନ ଜନସାଧାରଣ ଙ୍କ ଯେପରି ମୌଳିକ ଅଧିକାରରୁ ବଞ୍ଚିତ ନ ହୁଅନ୍ତି ଯଥା ମମତା ଯୋଜନା, ସାମାଜିକ ସୁରକ୍ଷା, କାଳିଆ ଯୋଜନା, ସ୍ୱାସ୍ଥ୍ୟ ସୁରକ୍ଷା, ଭତ୍ତା,ରାଶନ କାଡ଼,ଜନ୍ମଗ୍ରହଣ ଠାରୁ ମରଣ ପର୍ଯ୍ୟନ୍ତ ଯେଉଁ ସବୁ ଯୋଜନା ମାନ ଅଛି ଜନସାଧାରଣ ଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି । ନୁଆଗଡ ଓ ଖଜୁରୀପଦା ପଞ୍ଚାୟତ କାର୍ଯ୍ୟାକ୍ରମକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଜିପିଇଓ ନୃସିଂହ ଚରଣ ମିଶ୍ର ପରିଚାଳନା କରିଥିଲେ ।

ad-week
Leave A Reply

Your email address will not be published.