ଫୁଲବାଣୀ : କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଳକ ଅନ୍ତର୍ଗତ ସାରଙ୍ଗଡ ଉଚ୍ଚ ବିଦ୍ୟାଳୟ ଠାରେ ଚାଲିଥିବା ରାଜ୍ୟ ସ୍ତରୀୟ ବିଜୁପଟ୍ଟନାୟକ ସ୍ମାରକୀ ଫୁଟବଲ ଚ୍ୟାଲେଞ୍ଜ କପର ଉଦଯାପନୀ ମ୍ୟାଚ ତଥା ଫାଇନାଲ ମ୍ୟାଚ ର ଶୁଭାରମ୍ଭ ମୂଖ୍ୟ ଅତିଥି ବିହନ ନିଗମ ଅଧ୍ୟକ୍ଷ ବିଜୟ ନାୟକ ତଥା ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ, ବିଜୟ ନାୟକ ଯୋଗଦେଇଥିବା ବେଳେ ମୂଖ୍ୟ ବକ୍ତା ଭାବେ ଟୁନା ଦାସ ବ୍ଳକ ସଭାପତି ( ବିଜେଡି) ଯୋଗ ଦେଇଥିଲେ l ସେହିପରି ସମ୍ମାନିତ ଅତିଥି ଭାବେ ଅଜୟ ମହାରଣା ବାଲିଗୁଡା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ, ଅତିଥି ଚକ୍ରମଣି କହଁର ବିଧାୟକ ବାଲିଗୁଡା, ଗୋବିନ୍ଦ ପ୍ରଧାନ ଅଧ୍ୟକ୍ଷ ବାଲିଗୁଡା,ସୋଲଚନା ଦଳବେହେରା ବ୍ଳକ ଅଧ୍ୟକ୍ଷ ନୂଆଗାଁ, ସହଦେବ ପାତ୍ର ସାଂସଦ ପ୍ରତିନିଧି ଭାଗ୍ୟବାନ ବେହେରା, ବାଲେଶ୍ବର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ l ଫାଇନାଲ ମ୍ୟାଚରେ ଖେଳିବାକୁ ଥିବା ଉଭୟ ଦଳ ଯଥା ସୁରଜ୍ କ୍ଳବ୍ ଓ ସ୍ପୋର୍ଟସ ହଷ୍ଟେଲ ଫୁଲବାଣୀର ସମସ୍ତ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ l ଶେଷରେ ସ୍ପୋର୍ଟସ ହଷ୍ଟେଲ ଫୁଲବାଣୀ ସୁରଜ କ୍ଳବକୁ ଗୋଟିଏ ଗୋଲ ଦେଇ ବିଜୟୀ ହୋଇଥିଲେ ।
ସ୍ପୋର୍ଟସ ହଷ୍ଟେଲର ପିଣ୍ଟୁ ଙ୍କୁ ମେନ୍ଅଫ ଦି ମ୍ୟାଚ ଘୋଷଣା କରାଯାଇଥିଲା । ମୂଖ୍ୟ ଅତିଥିଙ୍କ କରକମଳ ରୁ ବିଜେତା କପ୍ ସ୍ପୋର୍ଟସ ହଷ୍ଟେଲ ଫୁଲବାଣୀ ଗ୍ରହଣ କରିଥିବା ବେଳେ ରନର୍ସଅପ୍ କପ୍ ସୁରଜ୍ କ୍ଳବ୍ କୁ ଦିଆଯାଇଥିଲା । ମୂଖ୍ୟ ରେଫରି ଭାବେ ଶ୍ରୀ ରାକେଶ କୋଠଦଳାଇ, କାମାକ୍ଷ ପ୍ରଧାନ ଓ ସହଯୋଗୀ ରେଫରି ଭାବେ ଅମିତ ବିଷୋୟୀ, ରାଧାକାନ୍ତ ବିଷୋୟୀ ଦାୟିତ୍ଵ ତୁଲାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଚନ୍ଦ୍ରକାନ୍ତ ସାହୁ, ସତ୍ୟ ବାନ ପ୍ରଧାନ ସଭାପତି, ଅଶୋକ ପାତ୍ର, ସାମନ୍ତ ସିଂ ପାତ୍ର, କେଶବ ସାହୁ ସହଯୋଗ କରିଥିଲେ
