ଜିଲ୍ଲା ସ୍ତରୀୟ ଜନଜାତି କ୍ରୀଡ଼ା ଉଦ୍‌ଯାପିତ

add-all

ଫୁଲବାଣୀ : ଆଜି ଫୁଲବାଣୀ ଷ୍ଟାଡିୟମ ଠାରେ ଦୀର୍ଘ ତିନି ଦିନ ଧରି ଚାଲିଥିବା ଜିଲ୍ଲାସ୍ତରୀୟ ଜନଜାତି କ୍ରୀଡ଼ା ମହୋତ୍ସବ ଉଦ୍ ଯାପିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକ ଓ ସମ୍ମାନିତ ଅତିଥି ଭାବରେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ରଦନ ମଲ୍ଲିକ ଯୋଗଦେଇଥିଲେ । ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସମସ୍ତ କ୍ରୀଡା ନୈପୁଣ୍ଯ ଅତି ସୁନ୍ଦର ଭାବରେ ପ୍ରଦର୍ଶିତ ହୋଇଥିଲା ।ଶ୍ରୀମତୀ ତନୁରେଖା ନାୟକଙ୍କ ନେତୃତ୍ବରେ ଟିକାବାଲି ଅନ୍ତର୍ଗତ ପେନାଗୋବେରୀ (SSD )ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନେ କ୍ରିକେଟରେ (ମହିଳା ବର୍ଗ) ରାଜ୍ୟ ସ୍ତରକୁ ମନୋନୀତ ହୋଇଛନ୍ତି ।ଏଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ 50 ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି ।ଏ ଖୁସି ଖବର ପାଇଁ କନ୍ଧମାଳ ଜିଲ୍ଲାର ଜିଲ୍ଲା ମଙ୍ଗଳ ଅଧିକାରି ଶ୍ରୀଯୁକ୍ତ ରବି ନାରାୟଣ ମିଶ୍ର କୃତି ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣIଇଛନ୍ତି ! ଆଶ୍ରମ, ସେବା ଶ୍ରମ ସହିତ ଜିଲ୍ଲାର ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟି ଆସୁଛି ।

ad-week
Leave A Reply

Your email address will not be published.