ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ୨୦ ବର୍ଷ କାରାଦଣ୍ଡ ୫୦ହଜାର ଜୋରିମାନା

add-all

ଫୁଲବାଣୀ : ଫୁଲବାଣୀ ଜିଲ୍ଲା ଦୌରାଜଜ୍ କୋର୍ଟର ବିଚାରପତି ସତ୍ୟ ପିର ମିଶ୍ର ଏକ ଦୁଷ୍କର୍ମ ମାମଲା ର ସାକ୍ଷୀ,ଡାକ୍ତରୀ ରିପୋର୍ଟ୍ ଆଧାରରେ ଵିଚାର କରି ଶଗଡିଆ ସାହିର ଚିକୁନ ଓରଫ୍ ତ୍ରିଲୋଚନ ନାୟକ ଏବଂ ହାଟପଦା ଅଞ୍ଚଳର ଜନ୍ମଜୟ ପୋଢ଼ ଓରଫ ମଣ୍ଟୁକୁ ଭାରତୀୟ ପିଙ୍ଗଳ କୋଡର ଧାରା ୩୭୬ ଡ଼ି/୩୭୬(୨)(୧)ଓ ୪୫୦ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ଟ ୫୦,୦୦୦/- ଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଆଉ ଅଧିକ ଦୁଇ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ସରକାର ଙ୍କ ତରଫରୁ ସ୍ଵତନ୍ତ୍ର ସରକାରୀ ଓକିଲ ସୌମେନ୍ଦ୍ର ସାହୁ ପରିଚାଳନା କରୁଥିଲେ ସୁଚନା ଅନୁସାରେ ଉଭୟ ଅଭିଯୁକ୍ତ ଗତ୨୦୨୧ ମସିହାରେ ଖଜୁରିପଡା ଥାନା ଅନ୍ତର୍ଗତ ଗୁଦାରି ଠାରେ ପିଡ଼ିତାଙ୍କୁ ଦୁଷ୍କର୍ମ କରିଥିଲେ । ଏ ନେଇ ଖଜୁରିପଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଥାନାଧିକାରୀ ମାମଲାକୁ କେସ ନମ୍ବର ୪୨/୨୦୨୧ ରେ ମାମଲା ରଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ରେ ହାଜର କରାଇଥିଲେ। ଆଜି ବିଚାରପତି ଉକ୍ତ ରାୟ ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.