ରାଜ୍ୟସ୍ତରୀୟ ଚଞ୍ଚଳା ଟ୍ରଫି : ପାରାଦ୍ବୀପ କ୍ରିକେଟ କ୍ଲବ ଚମ୍ପିଆନ

add-all


ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ବଡପଲ୍ଲି ଠାରେ ଅନୁଷ୍ଠିତ ଚଞ୍ଚଳା ମିନିଷ୍ଟାଡିୟମରେ 42ତମ ଚଞ୍ଚଳା ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ ରାଜ୍ୟ ସ୍ତରୀୟ ମେଗାଫାଇନାଲ ମ୍ୟାଚ ଗତକାଲି ଚଳଚିତ୍ର ତାରକା ପ୍ରିୟା ଚୌଧୁରୀଙ୍କ ଦ୍ବାରା ଉଦ୍ଜାପିତ ହୋଇ ଯାଇଅଛି। ଏହି ଟୁର୍ଣ୍ଣାମେଣ୍ଟ 21ତାରିଖରେ ଓଡିଶାର ଅଲମ୍ପିକ ଦୁନିଆର ଦ୍ରୁତତମ ଧାଵିକା ଦୂତିଚାନ୍ଦ ଓ ମୁଖ୍ୟ ଅତିଥି ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଅଶୋକ କୁମାର ପ୍ରତିହାରୀଙ୍କ ଦ୍ଵାରା ଉଦ୍ଘାଟନ ହୋଇ ଥିଲା। ଗତକାଲି ଟୁର୍ଣ୍ଣାମେଣ୍ଟର ଉଦ୍ଜାପିତ ଉତ୍ସବରେ ଅଭିନେତ୍ରୀ ପ୍ରିୟା ଚୌଧୁରୀଙ୍କ ପାଇଁ ଅଧିକ ଜନସମାଗମ ହୋଇଥିଲେ ମଧ୍ୟ ପାରାଦ୍ବୀପ କ୍ରୀକେଟ କ୍ଲବ ଚମ୍ପିଆନ କ୍ଲବ ହୋଇଥିବା ଉଦ୍ଜାପିତ ଉତ୍ସବର ଅତିଥି ଅଶୋକ କୁମାର ପ୍ରତିହାରୀ କହିଛନ୍ତି। ସାମାନ୍ୟ ସମସ୍ୟା ଯୋଗୁ କିଛି ସମୟ ଖେଳରେ ପ୍ରତିବନ୍ଧକ ସୃଷ୍ଟି ହୋଇଥିଲେ ମଧ୍ୟ ଗୋବବନ୍ଧୁ କ୍ଲବ କେନ୍ଦ୍ରାପଡାକୁ ହରାଇ ପାରାଦ୍ଵୀପ ଚମ୍ପିୟାନ ହେବାର ସୌଭାଗ୍ୟ ହାସଲ କରିଛି ।

ad-week
Leave A Reply

Your email address will not be published.