ଡ୍ରୋନ ମେଡିକାଲ ପ୍ରୋଜେକ୍ଟ ଡେମୋଷ୍ଟେଟସ ଆରମ୍ଭ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜି ଏନ ଏମ ସେଣ୍ଟର ଠାରେ ଡ୍ରୋନ ମେଡିକାଲ ପ୍ରୋଜେକ୍ଟ ଡେମୋଷ୍ଟେସନ କାଯ୍ୟ ଆରମ୍ଭ ହୋଇ ଯାଇଛି l ପ୍ରଥମଥର ପାଇଁ ଆଜି ଡ୍ରୋନ ସାହାଯ୍ୟରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ଠାରୁ ଅନେକ ଅତି ଆବଶ୍ୟକୀୟ ଔଷଧ ଏବଂ ଇଞ୍ଜେକେସନ ତୁମ୍ବୁଡ଼ି ବନ୍ଧ ମେଡିକାଲକୁ ଡ୍ରୋନ ଯୋଗେ ପଠାଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି l ଏହାର ଶୁଭାରମ୍ଭ କରିଥିଲେ କନ୍ଧମାଳ ଜିଲ୍ଲା ର ଜିଲ୍ଲାପାଳ ଆଶିଷଈଶ୍ଵର ପାଟିଲ ଓ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ଇଣ୍ଡିଆନ ଓଇଲର ଆଞ୍ଚଳିକ ନିର୍ଦ୍ଦେଶକ ସଞ୍ଜୟ କୁମାର ଭାସୁଦେବନ, ରାଜେଶ କୁମାର ଏବଂ ସିଦ୍ଧାର୍ଥ ଚୌଧୁରୀ ଉପସ୍ଥିତ ଥିଲେ l ସୂଚନା ଥାଉକି ବିଭାଗିୟ ଅଧିକାରୀଙ୍କ କହିବା କଥା ଯେ ଏହି ଡ୍ରୋନ ସାହାଯ୍ୟ ରେ କନ୍ଧମାଳ ଜିଲ୍ଲାର ଉପାନ୍ତ ଅଞ୍ଚଳକୁ ଯେ କୌଣସି ସମୟରେ ଜରୁରୀକାଳୀନ ପରିସ୍ଥିତି ରେ ଡ୍ରୋନକୁ ବ୍ୟବହାର କରି ସାଧାରଣ ସମସ୍ୟାର ମଧ୍ୟ୍ୟ ସାମ୍ନା କରାଯାଇ ପାରିବ ବୋଲି ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ଇଣ୍ଡିଆଓଇଲର ଇଡି ସଞ୍ଜୟ କୁମାର ବସୁଦେବନ କହିଥିଲେ l

ad-week
Leave A Reply

Your email address will not be published.