ବାମଣ୍ଡା କଳାକାର ସଂଘ ଦେବଗଡ ର ବାର୍ଷିକ ବୈଠକ

add-all

ଦେବଗଡ : ବାମଣ୍ଡା କଳାକାର ସଂଘର ବାର୍ଷିକ ବୈଠକ କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ସଂଘର ପରାମର୍ଶଦାତା ନାଟ୍ଯ ନିର୍ଦ୍ଦେଶକ ହେମନ୍ତ କୁମାର ମହାପାତ୍ର ଓ ଅତୁଲ୍ୟ କୁମାର ପୂଜାରୀ ମଞ୍ଚାସୀନ ଥିଲେ। ନାଟ୍ଯକାର କୁମୁଦଚନ୍ଦ୍ର ଶତପଥୀ ମଞ୍ଚ ପରିଚାଳନା କରିଥିଲେ। ବରିଷ୍ଠ କଳାକାର ମନୋଜ କୁମାର ପାଢୀ ଓ ଦିଲ୍ଲୀପ କୁମାର ଗୁରୁ ଗତ ଏକ ବର୍ଷର କାର୍ଯ୍ୟକ୍ରମ ଗୁଡିକର ସମୀକ୍ଷା କରିଥିଲେ। ସଂପାଦକ ରୋମିଓ ମହାପାତ୍ର ନୂତନ ପ୍ରସ୍ତାବ ଆଗତ କରିଥିଲେ। ମଙ୍ଗଲ ମହାକୁର, ପ୍ରଶାନ୍ତ କୁମାର ଦ୍ବିବେଦୀ, ସନ୍ତୋଷ କୁମାର ସାହୁ, ଧୃବଚରଣ ବେହେରା, ଯଦୁମଣି ବେହେରା, ଗୀତା ତିୱାରୀ, ଚିନ୍ମୟଦାସ, ପ୍ରୀତମ, ଉପେନ୍ଦ୍ର ଭଞ୍ଜ, ଅବନୀ ମିଶ୍ର, ସୁନୀଲ ଦାଶ ପ୍ରମୁଖ ନିଜର ମତାମତ ପ୍ରଦାନ କରିଥିଲେ। ଶେଷରେ ସୁଶାନ୍ତ କୁମାର ନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ଶ୍ରୀ ଜଗନ୍ନାଥ ପରିକ୍ରମା ଉତ୍ସବ ଦିନ ପରିବେଷିତ ନାଟକ “ଦାରୁବ୍ରହ୍ମ” ର ଭିଡ଼ିଓ ପ୍ରଦର୍ଶନ କରାଯାଇଥିଲା।

ad-week
Leave A Reply

Your email address will not be published.