ବ୍ରାହ୍ମଣୀଗାଁ ଅଞ୍ଚଳର କଂଗ୍ରେସ ଦଳର ବୁଥ ସ୍ତରୀୟ କମିଟି ବୈଠକ ଓ ମିଶ୍ରଣ ପର୍ବ

add-all

ଦାରିଙ୍ଗବାଡ଼ି, ୩/୨ : ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଅଂଚଳର ବୁଥ ସ୍ତରୀୟ କମିଟିକୁ ନେଇ ଗତକାଲି ଆରଏମପି ପରିସରରେ ବୈଠକ ହୋଇଯାଇଛି। ଜିଲା କଂଗ୍ରେସ ମହିଳା ସଭା ନେତ୍ରୀ ରୁଦାମଲିକଙ୍କ ପ୍ରଚେଷ୍ଠାରେ ଏହି ବୈଠକ ହୋଇଥିଲା। ବୈଠକରେ କଂଗ୍ରେସର ବରିଷ୍ଠ ନେତା ଅମୀରଚାନ୍ଦ ନାୟକଙ୍କ ସହିତ ବ୍ଲକ ସମ୍ପାଦକ ଶରତ ବଳିୟାରସିଂ,ପୂର୍ବତନ ସମିତି ଉପାଦକ୍ଷ ରମାକାନ୍ତ ବଳିଆରସିଂ ସମେତ ମହିଳା ନେତ୍ରୀ ସମୁହ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ନୂତନ ଭାବେ ବ୍ରାହ୍ମଣୀଗାଁର ବରିଷ୍ଠ ବିଜେଡି ନେତା ତଥା ଖ୍ରୀଷ୍ଟୟାନ କମିଟିର ବରିଷ୍ଠ ନେତା କୁନୁ ଚନ୍ଦ୍ର ନାୟକଙ୍କ ସହିତ ୟୁ ଟୁବ ଗାୟକ ସାଗର ନାୟକ କଂଗ୍ରେସ ଦଳରେ ନୂତନ ଭାବେ ସାମିଲ ହୋଇଥିବା ସୂଚନା ରହିଛି। ବ୍ରାହ୍ମଣୀଗାଁ ପଞ୍ଚାୟତ କଂଗ୍ରେସ ସଭାପତି ମାରିଆନ ସିଂ, କାଁହୁ ଚରଣ ପାତ୍ର, ସିଧାର୍ଥ ବଳିଆରସିଂ, ଚିନୁ ପାତ୍ର, ଅକେଶ୍ୱର ମାଝୀ, ଅମୀୟ ସିଂ,ଧୀରେନ ପରିଚ୍ଛା, ଥମାସ ନାୟକ, ଆଗାପିତ ସିଂ, ପ୍ରସନ୍ନ ନାୟକ ଓ ଯୁବ କଂଗ୍ରେସ ତରୁଣ ନାୟକ ପ୍ରମୁଖଙ୍କ ସହଯୋଗରେ ବୈଠକ ସମ୍ପାଦିତ ହୋଇଥିବା ଜଣା ପଡ଼ିଛି।

ad-week
Leave A Reply

Your email address will not be published.