ମାଓବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ଘଟଣା, ଜବାନ ଗୁରୁତର,ମାଓବାଦୀ ନିହତ…

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ କାମ୍ବେରକିଆ ଜଙ୍ଗଲରେ ଗୁଳି ବିନିମୟ, ଜଣେ ଜବାନ ଗୁରୁତର, ଓ ଜଣେ ମାଓବାଦୀ ନିହତ ହୋଇଥିବା ସୂଚନା ରହିଛି l ପୋଲିସ ସୂଚନା ଅନୁଯାୟୀ ମାଓବାଦୀମାନେ ସୁବିଧାଜନକ ସ୍ଥାନରୁ ପ୍ରବଳ ଗୁଳି ଚଳାଇ ପୋଲିସ ଦଳ ଉପରେ IED ବିସ୍ଫୋରଣ କରିଥିଲେ। ପୋଲିସ ଟିମ୍ ତୁରନ୍ତ କଭର୍ କରି ମାଓବାଦୀମାନଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ। ନିଜକୁ ବଞ୍ଚାଇବା ପାଇଁ ପୋଲିସ୍ ପାର୍ଟି ଆତ୍ମରକ୍ଷା ପାଇଁ ନିୟନ୍ତ୍ରିତ ଅଙ୍ଗରେ ଗୁଳି ଚଳାଇ ଥିଲେ ।କିଛି ସମୟ ଉଭୟ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ପରେ ଉପଯୁକ୍ତ ଘଞ୍ଛ ଜଙ୍ଗଲ ଦେଖି ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ l ସେହି ଅଞ୍ଚଳରେ ଖୋଜାଖୋଜି ବେଳେ ଅନେକ ପୁରୁଷ ସଶସ୍ତ୍ର ଓ ଜଣେ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଉଦ୍ଧାର ହୋଇଥିବା ମାଓବାଦୀ ମୃତଦେହକୁ ଆତ୍ମସମର୍ପଣ କରିଥିବା ମାଓବାଦୀ କ୍ୟାଡରଙ୍କ ଦ୍ଵାରା ଦାସ୍ରୁ (D.V.C.M. କିମ୍ବା ଉଚ୍ଚ ପଦବୀ) ବୋଲି ଚିହ୍ନଟ କରାଯାଇଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।ଏଥି ସହିତ ଜଣେ ଡିଭିଏଫ୍ ସୁରକ୍ଷା କର୍ମୀ ଜିତେନ୍ଦ୍ର ନାୟକ ଗୁରୁତର ଭାବେ ଆହତ ହୋଇଥିବା ମଧ୍ଯ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି l ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ପୋଲିସ୍ ପକ୍ଷରୁ ସର୍ଚ୍ଚ ଅପରେସନକୁ
ଜୋରଦାର କରାଯାଇଥିଲା l ସୁରକ୍ଷା କର୍ମୀମାନେ ମାଓ କ୍ୟାମ୍ପ ଧ୍ବସ୍ତ କରିବା ସହ ବହୁ ମାଓ ସାମଗ୍ରୀ ମଧ୍ୟ ଜବତ କରିଛନ୍ତି । ଖବର ପାଇ ଦକ୍ଷିଣାଞ୍ଚଳ ଆଇଜୀ,ବ୍ରହ୍ମପୁର୍ ଏଠାରେ ପହଂଚି ଘଟଣା ସମ୍ପର୍କରେ ବରିଷ୍ଠ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିବା ବେଳେ ସେଥ୍‌ରେ 303ରାଇଫଲ୍ , ଜେଲାଟିନ୍ ଷ୍ଟିକ୍,କୋଡେକ୍ସ, ବିଦ୍ୟୁତ ତାର ମାଓବାଦୀ ପୁସ୍ତିକା, ସୋଲାର ପ୍ଲେଟ୍, ହାଭର୍ ଅଖା, ଔଷଧ
ଦଉଡି, ପ୍ଲାଷ୍ଟିକ୍ ଜାର୍କିନ୍, ପ୍ଲାଷ୍ଟିକ୍ ବାଲ୍ଟି, କମ୍ବଳ, ସିଭିଲ୍ ପୋଷାକ ଜବତ କରାଯାଇଛି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି l

ad-week
Leave A Reply

Your email address will not be published.