ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଥିବା ସରକାରୀ ଉନ୍ନୀତ ବିଦ୍ୟାଳୟରେ ସକାଳୁ ସକାଳୁ ଦେଖିବାକୁ ମିଳିଥିଲା ମହୁମାଛି ପ୍ରବେଶ । ସବୁଦିନ ପରି ଛାତ୍ରଛାତ୍ରୀ ଏକାଠି ହୋଇ ପ୍ରାର୍ଥନା କରିବା ସମୟରେ ହଠାତ ମହୁମାଛି ପଶି ଆସିଥିଲେ ବିଦ୍ୟାଳୟ ପରିସରକୁ l ମହୂମାଛି କାମୁଡିବା ଭୟରେ କିଛି ସମୟ ପାଇଁ ଏଣେତେଣେ ପିଲା ମାନେ ଧାଇଁବାରେ ଲାଗିଥିଲେ । ଉକ୍ତ ବିଦ୍ୟାଳୟର ଖେଳ ଶିକ୍ଷକ ବାସୁଦେବ ସାହାଣୀ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ସୁରକ୍ଷିତ ସହିତ ପ୍ରତ୍ୟେକ ଶ୍ରେଣୀରେ ପହଞ୍ଚେଇଥିଲେ । ଯାହା ସୂଚନା ରହିଛି ସ୍କୁଲ ପରିସରରେ ଥିବା ବିଶାଳ ଶିମିଳି ଗଛରେ ମହୁମାଛି ବସା ଥିବାରୁ ଏମିତି ପରିସ୍ଥିତି ହେଉଛି ବୋଲି ଖେଳ ଶିକ୍ଷକ ଶ୍ରୀ ସାହାଣୀ ଅଭିଯୋଗ ଆଣିଛନ୍ତି । ପୂର୍ବରୁ ମଧ୍ୟ ଏପରି ମହୁମାଛି ସ୍କୁଲ ପରିସରକୁ ଆସିଥିବା କହିଥିଲେ ଖେଳ ଶିକ୍ଷକ l
ସେ ସମୟରେ ପାଖରେ ଥିବା ବନ ଅଧିକାରୀଙ୍କୁ ସ୍କୁଲ ପରିସରରେ ଥିବା ଗଛ କାଟିବାକୁ ଲିଖିତ ଅଭିଯୋଗ କରିଥିଲେ l ଏ ସଂକ୍ରାନ୍ତରେ ବନାଞ୍ଚଳ ଅଧିକାରୀ ରବିନ୍ଦ୍ର କୁମାର ପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ଅଭିଯୋଗ ପ୍ରକାରେ ବନ ବିଭାଗର କର୍ମଚାରୀ ଓ ଉକ୍ତ ସ୍କୁଲର ଶିକ୍ଷକଙ୍କ ସହ ମିଶି ମହୁମାଛି ଘଉଡାଇବା ପାଇଁ ଲୋକ କନ୍ଧମାଳ ଜିଲ୍ଲାର ଆଖପାଖ ସମସ୍ତ ବ୍ଳକ ଖୋଜା ଖୋଜି କରିଥିଲେ l କିନ୍ତୁ ସେହି ସମୟରେ ଲଗାଣ ବର୍ଷା ହେବା ଯୋଗୁଁ ମହୂମାଛି ଘଉଡାଇବା ଓ ଗଛ କାଟିବା ପାଇଁ ମଧ୍ଯ କେହି ରାଜି ହୋଇନଥିଲେ l ବର୍ଷା ଛାଡିବା ପରେ ପରେ ମହୁମାଛି ମାନେ ମଧ୍ଯ ଉକ୍ତ ଗଛରୁ ପଳାଇ ଥିଲେ l କିଛିଦିନ ବ୍ୟବଧାନରେ ପୁଣି ସେହି ସ୍କୁଲ ପରିସରରେ ଥିବା ଶିମିଳି ଗଛରେ ମହୂମାଛି ବସା ବାନ୍ଧି ଥିବାର ଏବଂ ସ୍କୁଲ ପରିସରକୁ ଆସିଥିବା ଅଭିଯୋଗ ହୋଇଛି l ଅଭିଯୋଗ ପ୍ରକାରେ ସ୍ଥାନୀୟ ବନାଞ୍ଚଳ ଅଧିକାରୀ ରବିନ୍ଦ୍ର କୁମାର ପାତ୍ର ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ନିକଟକୁ ଉକ୍ତ ଅଭିଯୋଗ ପତ୍ରକୁ ପଠାଇ ଦେଇଛନ୍ତି ଏବଂ ଯଥା ଶୀଘ୍ର ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ପାତ୍ର ଗଣମାମଧ୍ୟମକୁ କହିଛନ୍ତି l ତେବେ ଏଠାରେ ପ୍ରଶ୍ନ ଉଠୁଛି ଗତ ଦିନରେ ଉକ୍ତ ସ୍କୁଲ ପରିସରରେ ଗୁଡ଼ାଏ ବିପଦ ସଙ୍କୁଳ ଗଛ କଟାଯିବା ପାଇଁ ଅନୁମତି ଦିଆ ଯାଇଥିଲା ତେବେ ସେ ସମୟରେ ଉକ୍ତ ଶିମିଳି ଗଛକୁବି କଟାଯାଇ ପାରିଥାଆନ୍ତା ତେବେ ଏବେ ଏପରି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ି ନଥାନ୍ତା ବୋଲି କିଛି ସ୍ଥାନୀୟ ଲୋକ କଥାବାର୍ତ୍ତା ହେଉଥିବାର ଶୁଣିବାକୁ ମିଳିଛି l ସେ ଯାହା ହେଉ ଆଗକୁ ଏହାର ଖୁବ ଶୀଘ୍ର ଉଚିତ ପଦକ୍ଷେପ ବନାଞ୍ଚଳ ଅଧିକାରୀ ନେବେ ବୋଲି ଆଶା କରାଯାଉଛି l
