ଅଧିକାରୀଙ୍କ ମନମାନି ଯୋଗୁଁ ଆସିକାରେ ମେଳି ବାନ୍ଧିଲେ ସରପଞ୍ଚ…

add-all

ବ୍ରହ୍ମପୁର : ଆସିକା ବ୍ଲକ କାର୍ଯ୍ୟଳୟ ରେ ଗତ କିଛି ଦିନ ହେଲା ନିର୍ବାଚିତ ପ୍ରତିନିଧି ଙ୍କୁ ଅଣଦେଖା କରୁଥିବା ଯୋଗୁଁ ଶେଷରେ ମେଳି ବାନ୍ଧି ଘେରିଲେ ସରପଞ୍ଚ ମାନେ। ଗତ ଶନିବାର ସନ୍ଧ୍ୟା ରେ ଆସିକା ବ୍ଲକ ରେ ସରପଞ୍ଚ ପହଞ୍ଚି ମିଳିବାକୁ ଥିବା ଅର୍ଥ ଦେବାକୁ ଦାବୀ ଜଣାଇ ଫେରିଲେ। ଶ୍ରୀକ୍ଷେତ୍ର ପରିକ୍ରମା ନିମନ୍ତେ ପ୍ରତେକ ପଞ୍ଚାୟତ ରେ ବୁଲିଥିବା ଜୟ ଜଗନ୍ନାଥ ଅର୍ପଣରଥ ପାଇଁ ଆସିଥିବା ଦୁଇ ଲକ୍ଷ ଟଙ୍କା , ଆମ ଓଡ଼ିଶା ନବୀନ ଓଡ଼ିଶାର ସଚେତନତା ପାଇଁ ତିନି ଲକ୍ଷ ଓ ପ୍ରତି ପଞ୍ଚାୟତ ରେ ହୋଇଥିବା ବ୍ୟାଙ୍କ ଉଦଘାଟନ ପାଇଁ ପଚାଶ ହଜାର ଟଙ୍କା ଖର୍ଚ୍ଚ କୁ ନିର୍ବାଚିତ ପ୍ରତିନିଧି ଙ୍କୁ ବିଡ଼ିଓ ନଦେବା ଫଳରେ ଅସନ୍ତୋଷ ଦେଖା ଦେଇଥିବା ଚର୍ଚ୍ଚା ହେଉଛି। ମେଳି ବାନ୍ଧି ଥିବା ସରପଞ୍ଚ ମାନେ ବିଡ଼ିଓ ଙ୍କୁ ଭେଟିବା ପରେ ବାବୁ କୁଆଡ଼େ କହିଲେ କାର୍ଯ୍ୟକ୍ରମ ରେ ହୋଇଥିବା ଖର୍ଚ୍ଚକୁ ମାପିଜୁପି ବନ୍ଦବସ୍ତ କରାଯିବ କହିବା ପରେ ସେଠାରୁ ଚାଲି ଆସିଥିଲେ ସରପଞ୍ଚ ଗଣ। ବାହାରକୁ ଆସି କେତେକ ସରପଞ୍ଚ କଥା ହେଉଲେ ବିନା ପିସି ରେ ଏଠାରେ ଫାଇ ଗୁଞ୍ଚୁ ନାହିଁ ବୋଲି। ନିର୍ବାଚିତ ପ୍ରତିନିଧି ମାନଙ୍କୁ ସରକାର ଗୁରୁତ୍ୱ ଦେଉଥିବା ବେଳେ ଅମଲାତନ୍ତ୍ର ମାନେ ନାଲି ଆଖି ଦେଖାଇବା ହଇରାଣ ହରକତ କରିବା ନେଇ ବିଭିନ୍ନ ସମୟ ରେ ଅସନ୍ତୋଷ ଦେଖା ଦେଉଥିବା ଲକ୍ଷ କରାଯାଉଛି।

ad-week
Leave A Reply

Your email address will not be published.