ଜାତୀୟ କୃମି ନାଶକ ଦିବସ ପାଳନ ନେଇ ଜିଲ୍ଲା ସ୍ତରୀୟ କର୍ମଶାଳା

ମାଲକାନଗିରି : ଜିଲ୍ଲା ରକ୍ତ ଭଣ୍ଡାର ସଭା ଗୃହ ଠାରେ ଜିଲ୍ଲା ସ୍ୟାସ୍ଥ୍ୟ ସମିତି ଦ୍ଵାରା ଜାତୀୟ କୃମି ନାଶକ ଦିବସ ପାଳନ ନିମନ୍ତେ ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗର ସମନ୍ୱିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ପାୱାର ସଚିନ ପ୍ରକାଶ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ଶତପ୍ରତିଶତ ପିଲାଙ୍କୁ କୃମି ନାଶକ ସିରୋପ ବା ବଟିକା ଖୁଆଇବା ବ୍ୟବସ୍ତା କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି।
ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ପ୍ରଫୁଲ କୁମାର ନନ୍ଦ ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ଥିଲେ ।ଫେବୃଆରୀ ମାସ ଆସନ୍ତା ୧୦ ରେ ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ର, ସ୍କୁଲ ଏବଂ ଗ୍ରାମ୍ୟ ସ୍ୱାସ୍ଥ୍ୟ ପରିମଳ ଓ ପୁଷ୍ଟିକର ଦିବସ ଠାରେ ୧ ବର୍ଷରୁ ୧୯ ବର୍ଷ ବାଳକ ଓ ବାଳିକା ଏବଂ ୨୦ ରୁ ୨୪ ବର୍ଷ ମହିଳା ମାନଙ୍କୁ କୃମି ନାଶକ ସିରୋପ ଏବଂ ବଟିକା ଖୁଆ ଯିବ ବୋଲି ଡ଼ା ନନ୍ଦ ସୂଚନା ଦେଇଛନ୍ତି। ଫେବୃଆରୀ ୧୦ ରେ ଅନୁପସ୍ଥିତ ବାଳକ ଓ ବାଳିକା ମାନଙ୍କୁ ଫେବୃଆରୀ ୧୭ରେ ( ମପ୍ ଅପ୍ ରାଉଣ୍ଡ ) ଖୁଆଇବା ବ୍ୟବସ୍ଥା କରାଯିବ ବୋଲି ମଧ୍ୟ ସେ କହିଛନ୍ତି।

ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲା ସ୍ୟାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିକାରୀ ଡା. ବ୍ରଜବନ୍ଧୁ ଦାଶ ବିସ୍ତୃତ ଭାବେ କାର୍ଯ୍ୟକ୍ରମ ସାଫଳତା ନିମନ୍ତେ ବୁଝେଇ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଜନସ୍ୟାସ୍ଥ୍ୟ ଅଧିକାରୀ ଡା.ମହମଦ ଅବିଦ ହୁସେନ, ଅତିରିକ୍ତ ଜିଲ୍ଲା ସ୍ୟାସ୍ଥ୍ୟ ଅଧିକାରୀ ଡା.ଧନେଶ୍ୱର ମହାପାତ୍ର(ଭିବିଡି ) ସମସ୍ତ ବ୍ଲକ ର ଭାରପ୍ରାପ୍ତ ସ୍ୟାସ୍ତ୍ୟ ଅଧିକାରୀ, ଜିଲ୍ଲା ଓ ବ୍ଲକ ର ସମନ୍ୱିତ ଶିଶୁ ବିକାଶ ଅଧିକାରୀ, ଶିକ୍ଷା ବିଭାଗ ଅଧିକାରୀ, ଜନ କଲ୍ୟାଣ ସମ୍ପ୍ରସାରଣ ଅଧିକାରୀ, ଗୋଷ୍ଟି କାର୍ଯ୍ୟକ୍ରମ ପରିଚାଳକ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ସସ୍ମିତା ସାହୁ ପ୍ରାଞ୍ଜଳ ଭାବେ କାର୍ଯ୍ୟକ୍ରମକୁ ବୁଝେଇଥିଲେ । ଏଥିରେ ଓମ ପ୍ରକାଶ ସା ସହଯୋଗ କରିଥିଲେ ଏବଂ ଏଡିପିଏଚଓ ଶ୍ୟାମ ସୁନ୍ଦର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.