ବି.ଆର.ଆମ୍ବେଦକର ଜାତୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଓଡ଼ିଆ ଭାଷା ସମ୍ବିଳନୀ ଅନୁଷ୍ଠିତ

add-all

ଦାରିଙ୍ଗବାଡ଼ି,୬/୨ : ଦାରିଙ୍ଗବାଡ଼ି ଵି.ଆର.ଆମ୍ବେଦକର ଜାତୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଓଡ଼ିଆ ଭାଷା ସମ୍ବିଳନୀ ଓ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବିଦ୍ୟାଳୟର ଅଧ୍ୟକ୍ଷ ଡା. ପ୍ରତାପ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ମହାବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷ ମଧୁସୂଦନ ମହାପାତ୍ର,ମୁଖ୍ୟ ବକ୍ତା ଭାବେ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟ ଓଡ଼ିଆ ବିଭାଗ ମୁଖ୍ୟ ବିଭୁତି ଭୂଷଣ ଆଚାର୍ଯ୍ୟ ଯୋଗଦେଇ ଓଡ଼ିଆ ଭାଷା,ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଆଲୋଚନା କରି ଭାଷାର ଉନ୍ନତି ଓ ଜଗନ୍ନାଥ ସଂସ୍କୃତିରେ ଓଡ଼ିଆ ଭାଷାର ସମ୍ପର୍କରେ ନେଇ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ । କାର୍ଯ୍ୟକ୍ରମରେ ତାଙ୍କ ସହିତ ଅଧ୍ୟାପିକା ସସ୍ମିତା ସାମନ୍ତ, ସ୍ମିତାଞ୍ଜଳି ପଟ୍ଟନାୟକ, ବବ୍ଳିନ ନାୟକ ଓ ଅଧ୍ୟାପକ ବିଷ୍ଣୁ ସାହୁ, ନିମାଇଁ ଚରଣ ପଣ୍ଡା ଉପସ୍ଥିତ ଥିଲେ । ଏହି ଅବସରରେ ଓଡ଼ିଆ ଭାଷା ସାହିତ୍ୟ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ମାନପତ୍ର ସହିତ ସିଲ ପ୍ରଦାନ କରିଥିଲେ । ଏହା ପରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ad-week
Leave A Reply

Your email address will not be published.