ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ରାଜ୍ୟ କାୟକଳ୍ପ ଟିମ୍ ର ପରିଦର୍ଶନ…

add-all

ଓଡ଼ଗାଁ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ରାଜ୍ୟ କାୟକଳ୍ପ ଟିମ୍ ପରିଦର୍ଶନ କରି ଫେରିଛନ୍ତି। ସ୍ୱଚ୍ଛତା, ପରିମଳ ବ୍ୟବସ୍ଥା, ଉତ୍ତମ ରୋଗୀସେବା ଆଦିରେ ଦାୟିତ୍ୱବୋଧ ପୂରଣ କରିବାରେ ଏହି ସ୍ବାସ୍ଥ୍ୟ କେନ୍ଦ୍ର କେତେ ପରିମାଣରେ ଅଗ୍ରଗତି କରିଛି ତାର ମୂଲ୍ୟାଙ୍କନ କରିଛନ୍ତି । ଏହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରକୁ ବିଭିନ୍ନ ଦିଗରୁ ଆକର୍ଷଣୀୟ ଓ ସୌନ୍ଦର୍ଯ୍ୟମୟ କରାଯାଇଥିଲା । ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନା ପାଇଁ ଏକ ଏରିଆ ନିର୍ମାଣ କରାଯାଇଥିଲା । ବୃକ୍ଷରୋପଣ, ଜଳ ସଂରକ୍ଷଣ, କୋ ପ୍ଲାଷ୍ଟିକ, ହତାଧୁଆ ପ୍ରକ୍ରିୟା, ମଶାରୀ ର ବ୍ୟବହାର ଆଦି ସଚେତନତା ବାର୍ତ୍ତା କାନ୍ଥରେ ଶୋଭା ପାଉଥିଲା । ଡାକ୍ତର ନିରୋଦ କୁମାର ସାହୁ, ସୌମ୍ୟକାନ୍ତ ମିଶ୍ର, ସରୋଜ କୁମାର ପାଣିଗ୍ରାହୀ ପ୍ରମୁଖ ୩ଜଣିଆ କାୟକଳ୍ପ ଟିମ୍ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଯାଞ୍ଚ କରିଥିବା ବେଳେ ନୟାଗଡ଼ ଜିଲ୍ଲା ଏଡିଏମ ନିଳୀମା ଲାକ୍ରା, କ୍ୱାଲିଟୀ ମ୍ୟାନେଜର ସନତ ମହାପାତ୍ର, ଉପସ୍ଥିତ ଥିଲେ । କାୟକାଳ୍ପ ଟିମ୍ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ନିଲାଞ୍ଜନ ଦାସ, ଡାକ୍ତର ଦୀପକ କୁମାର ବଳଙ୍କ ସମେତ ସମସ୍ତ ଫାର୍ମାସିଷ୍ଟ, ସ୍ବାସ୍ଥ୍ୟକର୍ମୀ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.