ଭୁବନେଶ୍ୱର: ୧୬-୨ ଗତ କିଛି ଦିନ ହେଲା ଗଞ୍ଜାମ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳି ରେ ଶାସକ ଦଳରେ ଘଡିକେ ଘୋଡ଼ା ଛୁଟୁଛି ବୋଲି ଚର୍ଚ୍ଚା ଜୋର ଧରିଛି। ଗତକାଲି ପୋଲସରା ରେ ହାଇଡ୍ରାମା ହେବା ପରେ ଦୀର୍ଘଦିନ ହେଲା ଦଳସହ ରହିଥିବା ଆଶାୟୀ ଙ୍କ ଆଶା ବଢିଥିବା ନେଇ ଚର୍ଚ୍ଚା ହେଉଛି। ଆଗାମୀ ସାଧାରଣ ନିର୍ବାଚନ ନିର୍ମଳ ଭାବମୂର୍ତ୍ତି ସାଙ୍ଗକୁ ଦକ୍ଷ ଲୋକଙ୍କୁ ମଇଦାନ ରେ ଓଲ୍ହାଇବାକୁ ଶାସକ ଦଳ ସର୍ଭେ ଆରମ୍ଭ କରିଛି ବୋଲି ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ଖଲ୍ଲିକୋଟ, କବିସୂର୍ଯ୍ୟନଗର, ଆସିକା ସହିତ ଏବେ ପୋଲସରା ରେ ମଧ୍ୟ ନୂଆଁ ମୁହଁ ସନ୍ଧାନ ରେ ଶାସକ ଦଳ l ଅନ୍ୟ ରାଜନୈତିକ ଦଳ ମଧ୍ୟ ବିଜୟ ସମ୍ଭାବନା ଥିବା ବ୍ୟକ୍ତିଙ୍କୁ ଖୋଜା ଆରମ୍ଭ କରିଦେଲେଣି। ରାଜନୀତି ରେ ସବୁ ସମ୍ଭବ ନୂଆଁ ମୁହଁ ସନ୍ଧାନ ଖବର ର ଆଭାସ ମିଳିବା ପରେ ରାଜନୈତିକ ଦଳର ନେତା ମାନେ କେବେ ଦଳ ଡିଆଁ ଆରମ୍ଭ କରିବେ ଦେଖିବାକୁ ବାକି ରହିଲା। ଆଶାୟୀ ପ୍ରବଳ ଶାସକ ଦଳର କିନ୍ତୁ ଦେଖିବାକୁ ଗଲେ ଗଞ୍ଜାମ ଜିଲ୍ଲାର ରାଜନୀତିକ ପାଣି ପାଗ ଠିକ ନାହିଁ ହୁଏତ କଂଗ୍ରେସ ଓ ବିଜେପି ଏହାର ଫାଇଦା ନେଇ ପାରନ୍ତି ବୋଲି ରାଜନୈତିକ ସମୀକ୍ଷା ଆରମ୍ଭ ହେଲାଣି l ମୁଖ୍ୟତଃ ଆସ୍କା ରେ ବିଜେଡି ର ଗୋଷ୍ଠୀ କନ୍ଦଳ, କବିସୂର୍ଯ୍ୟନଗର ନିର୍ବାଚନ ର ସ୍ଥିତି ନକହିବା ଭଲ, ଖଲ୍ଲିକୋଟ ରାଣୀ ଙ୍କ ମୃତ୍ୟୁ ପରେ ଉଭୟ ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ର ସ୍ଥିତି ଅସମ୍ଭାଳ ପୋଲିସ ପ୍ରଶାସନ କୁ ଏହି ଆଗାମୀ ନିର୍ବାଚନ ରେ ବହୁ ମୂଲ୍ୟ ଦେବାକୁ ପଡିବ କାରଣ ରାଜନୀତି ର ହିଂସା ବଢିବା ପ୍ରାୟ ନିଶ୍ଚିତ l ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ନିର୍ବାଚନୀ ମଣ୍ଡଳୀ ରେ ଛକାପଞ୍ଝା ଆରମ୍ଭ ହୋଇ ସାରିଲାଣି କେତେବେଳେ ବି କିଛି ଅଘଟଣ ଘଟି ପାରେ l ପୋଲସରା ନିର୍ବାଚନ ମଣ୍ଡଳୀ ରେ ଆଶାୟୀ ପାର୍ଥୀ ଆରତୀ ଦେବୀ ଙ୍କ ପଲ୍ହା ଭାରୀ ହେବାକୁ ଯାଉଛି କାରଣ ବର୍ତମାନର ବିଧାୟକ ଶ୍ରୀକାନ୍ତ ସାହୁ ଦିନକୁ ଦିନ ବିବାଦ ରେ ଛନ୍ଦି ହୋଇ ପଡୁଛନ୍ତି ତେଣୁ ଆଗାମୀ ନିର୍ବାଚନ ରେ ତାଙ୍କୁ ଦଳ ଟିକଟ ଦେଇ ନପାରେ ତେଣୁ ପୋଲସରା ପାଇଁ ଆଶାୟୀ ପ୍ରବଳ ଦେଖା ଯାଉ ଆଗାମୀ ଦିନରେ ପୋଲସରା ନିର୍ବାଚନ ମଣ୍ଡଳୀ ରେ ହାତୀ କାହା ମୁଣ୍ଡରେ ସୁନା କଳସ ଢାଳୁଛି ତାହା ସମୟ ସାଫେକ୍ଷ…
