ପୁଲିସ ଭ୍ୟାନ ଧକ୍କାରେ ଗୁରୁତର ହୋଇ ଥିବା ସାଇକେଲ ଆରୋହୀଙ୍କ ମୃତ୍ୟୁ…

add-all

ମାଲକାନଗିରି,୨୯/୨ ମାଲକାନଗିରି ଜିଲ୍ଲା ସଦର ମହାକୁମା ଠାରେ ଏକ ପୁଲିସ ଭ୍ୟାନ ଧକ୍କାରେ ଜଣେ ସାଇକେଲ ଆରୋହୀ ର ମୃତ୍ୟୁ ଘଟିଛି।
ମାଲକାନଗିରି ଥାନା ସ୍ଥ ଏମଭି ୩ ଗ୍ରାମର ବିଜୟ ମୁର୍ମୁ(୪୬) ନାମକ ଜଣେ ଯୁବକ ମାଲକାନଗିରି ବଜାର କୁ କୌଣସି ଏକ କାମରେ ଗତ କାଲି ଆସିଥିଲେ। ସେ କାମ ସାରି ନିଜ ଘରକୁ ଫେରୁ ଥିବା ବେଳେ ୩୨୬ ନମ୍ବର ଜାତୀୟ ରାଜପଥ ମାଲକାନଗିରି ସହର ୟୁନିୟନ ବ୍ୟାଙ୍କ ସାମ୍ନାରେ ପ୍ରଥମେ ଏକ ମଟର ସାଇକେଲ ସହିତ ସାଇକେଲ ଧକ୍କା ଲାଗି ବିଜୟ ତଳେ ପଡିଯାଇଥିଲେ। ଠିକ ସେହି ସମୟରେ ସେହି ରାସ୍ତା ରେ ଏକ ଓ ଡି ୦୫ଏନ ୦୦୪୧ନମ୍ବର ପୁଲିସ ଭ୍ୟାନ ଆସିଥିଲା ଭ୍ୟାନ ର ପଛଚକ ତଳେ ବିଜୟ ପଡି ଯାଇ ଆହତ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଓ ପୁଲିସ ଜିଲ୍ଲା ହସ୍ପିଟାଲ କୁ ଚିକିତ୍ସା ନିମନ୍ତେ ନେଇ ଯାଇଥିଲେ। ହସ୍ପିଟାଲ ରେ ଡାକ୍ତର ବିଜୟ ମୁର୍ମୁ ଙ୍କୁ ମୃତ ଘୋଷଣା କରିଥିଲେ। ଏ ସମ୍ପର୍କରେ ଏମଭି ୨ ଗ୍ରାମର ବିଜୟ ଙ୍କ ସଡୁଭାଇ ରାଜେନ ମାର୍ଡି ମାଲକାନଗିରି ଆଦର୍ଶ ଥାନାରେ ଏତଲା ଦେଇ ଘଟଣାର ତଦନ୍ତ କରିବା ସହିତ ମୃତ ପରିବାରଙ୍କୁ କ୍ଷତିପୂରଣ ଦେଵା ପାଇଁ ଦାବି କରିଛନ୍ତି। ମାଲକାନଗିରି ଥାନା ପୁଲିସ ପକ୍ଷରୁ ଗାଡି ଜବତ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି ଓ ମୃତ ପରିବାର ଙ୍କୁ ଜିଲ୍ଲା ରେଡ଼କ୍ରସ ପକ୍ଷରୁ କିଛି ଆର୍ଥିକ ଶାହାୟତା ଯୋଗାଇ ଦେଵାପାଇଁ ବ୍ୟବସ୍ଥା ହେଉ ଥିବାର ଜଣା ପଡିଛି।

ad-week
Leave A Reply

Your email address will not be published.