ଜିଲ୍ଲା ଶ୍ରମ ଅଧିକାରୀଙ୍କ ଅଵସରକାଳୀନ ସମ୍ବର୍ଦ୍ଧନା

add-all

ମାଲକାନଗିରି,୨୯/୦୨ : ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତଥିବା ଜିଲ୍ଲା ଶ୍ରମ ଅଧିକାରୀ ଶରତ କୁମାର ପାଣିଗ୍ରାହୀ ଆଜି ଅବସର ଗ୍ରହଣ କରିଛନ୍ତି।ସେ ମାଲକାନଗିରି ଜିଲ୍ଲାରେ ୨୦୨୨ମସିହାରେ ଜିଲ୍ଲା ଶ୍ରମ ଅଧିକାରୀ ଭାବେ ଯୋଗଦାନ ଦେଇ ଥିଲେ। ତାଙ୍କର କାର୍ଯ୍ୟ କାଳ ମଧ୍ୟରେ ୨୦ ହଜାର ନିର୍ମାଣ ଶ୍ରମିକ ଓ ୩,୫୦୦ ଅଣ ସଂଗଠିତ ଶ୍ରମିକଙ୍କ ନାମ ପଞ୍ଜୀକରଣ ହୋଇଥିବା ବେଳେ ଶ୍ରମିକମାନଙ୍କୁ ସମସ୍ତ ପ୍ରକାର ସରକାରୀ ସୁବିଧା ସୁଯୋଗ ଯୋଗାଇବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ ସର୍ବମୋଟ ସଂଗଠିତ ଶ୍ରମିକ ୬୫ ହଜାର ଓ ଅଣ ଗଠିତ ଶ୍ରମିକ ୧୪ ହଜାର ପଞ୍ଜୀକୃତ କରାଯାଇଛି। ଶ୍ରୀ ପାଣିଗ୍ରାହୀଙ୍କୁ କାର୍ଯ୍ୟଳୟ ଓ ଵ୍ୟକ୍ତିବିଶେଷ ପକ୍ଷରୁ ଆଜି ଅଵସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି।

ad-week
Leave A Reply

Your email address will not be published.