ଜାତୀୟ ବିଜ୍ଞାନ ଦିବସ ପାଳିତ

add-all

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ଶେରଗଡ଼ ବ୍ଳକ ଅନ୍ତର୍ଗତ କୃଷ୍ଟଛାଇ ଗ୍ରାମ ସରକାରୀ ଊନୀତ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଵୁଧବାର ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଅରୁଣ କୁମାର ମହାରଣା ଙ୍କ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦିବାକର ସାହୁ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ ବୈଜ୍ଞାନିକ ମନୋବୃତ୍ତି ସମ୍ପନ୍ନ ବ୍ୟକ୍ତି ରୂପେ ନିଜକୁ ଗଢି ତୋଳିବାକୁ ପରାମର୍ଶ ଦେଇଥିଲେ। ଏଥି ସହ ଉକ୍ତ ଦିବସ ପାଳନର ତାତ୍ପର୍ଯ୍ୟ ସାଙ୍ଗକୁ ବିଜ୍ଞାନ କ୍ଷେତ୍ରରେ ବିଶ୍ବକୁ ବୈଜ୍ଞାନିକଙ୍କ ଅବଦାନ ସମ୍ପର୍କରେ ସହକାରୀ ଶିକ୍ଷକ ଶିବ ପ୍ରସାଦ ସାହୁ, ଶିକ୍ଷକ ଧୋବା ପାଢି ଆଲୋକପାତ କରିଥିଲେ। ଏହି ଅବସରରେ ଶିକ୍ଷକ ମନୋଜ କୁମାର ମାଦଳା, ଇତିଶ୍ରୀ ବରାଡ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।ଛାତ୍ରଛାତ୍ରୀଙ୍କ ଦ୍ବାରା ବିଭିନ୍ନ ବିଜ୍ଞାନ ପରୀକ୍ଷଣ ପ୍ରଦର୍ଶିତ ହୋଇଥିଲା ଓ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ବିଦ୍ୟାଳୟ ର ନବମ ଶ୍ରେଣୀ ଛାତ୍ରନିରୋଜ ନାୟକ, ଦିତୀୟ ସ୍ଥାନ ବିଦ୍ୟାଳୟ ର ଅଷ୍ଟମ ଶ୍ରେଣୀ ଛାତ୍ର ଶ୍ରୀତମ ପାଣିଗ୍ରାହୀ ଓ ତୃତୀୟ ସ୍ଥାନରେ ନବମ ଶ୍ରେଣୀ ଛାତ୍ରୀ ପ୍ରତିଜ୍ଞା ପ୍ରଧାନ ଙ୍କୁ ପୁରସ୍କୃତ କରାଯାଇଥିଲା।ଶେଷରେ ବିଜ୍ଞାନ ଶିକ୍ଷକ ଅରୁଣ କୁମାର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.