ମନ୍ତ୍ରୀଙ୍କ ଦ୍ଵାରା ରାସ୍ତା ଉନ୍ନତିକରଣ ସକାଶେ ଭିତ୍ତିପ୍ରସ୍ତର ସ୍ଥାପନ

add-all

ଚିକିଟୀ : ଶୁକ୍ରବାର ଦିନ ନୂଆପଡା ଠାରୁ ପତି ଗୋବିନ୍ଦପୁର ଦେଇ ଗଡ଼ ଗୋବିନ୍ଦପୁର ପର୍ଯ୍ୟନ୍ତ ପ୍ରାୟ ୬ କିଲୋମିଟର ରାସ୍ତାର ଗ୍ରାମାଞ୍ଚଳ ସଂଯୋଗୀ କରଣ ଯୋଜନା ଦ୍ଵାରା ଭିତ୍ତିପ୍ରସ୍ତର ସ୍ଥାପନ କଲେ ସ୍ଥାନୀୟ ବିଧାୟିକା ତଥା ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷାଦେବୀ।ପୂର୍ବାହ୍ନରେ ବହୁ ସମର୍ଥକଙ୍କ ସହ ରାଲି ଯୋଗେ ଚାନ୍ଦପୁର ଠାରୁ ବାହାରି ନୂଆପଡ଼ା ର ମାର୍ଗଦର୍ଶୀ ସ୍କୁଲ ନିକଟରେ ପହଞ୍ଚି ଶୁଭ ପ୍ରଦାନ କରିଥିଲେ ମନ୍ତ୍ରୀ ମହୋଦୟା। ୧୪ କୋଟି ବ୍ୟୟରେ ରାସ୍ତାର ପ୍ରଶସ୍ତି କରଣ କରାଯିବ ଏବଂ ଏହି ରାସ୍ତା ଅଞ୍ଚଳ ବସୀଙ୍କ ପାଇଁ ବେଶ ସହାୟକ ହେବ ବୋଲି ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ବିଜେଡି ବରିଷ୍ଠ ସଂଘଠକ ସୁରେନ୍ଦ୍ର ମଣ୍ଡଳ, ନୂଆପଡା ସରପଞ୍ଚ ବି. ସନମୁଖ, ଚାନ୍ଦପୁର ସରପଞ୍ଚ, ଲାଲବେଣ୍ଟା ସରପଞ୍ଚ,ବାରିକ ପ୍ରଧାନ, ବି. କ୍ରୀଷ୍ଣାମୂର୍ତ୍ତି, ନୀଳ ପ୍ରଧାନ, ପ୍ରୋମତି ପ୍ରଧାନ ଓ ବିଭାଗୀୟ ଯନ୍ତ୍ରୀ ସ୍ୱରାଜ ରଞ୍ଜନ ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ଅଞ୍ଚଳର ବହୁ କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।

ad-week
Leave A Reply

Your email address will not be published.