ନିର୍ବାଚନ ସମୟରେ ଅର୍ଥ କାରବାର କୁ ନେଇ ଯାଞ୍ଚ ସମୟରେ ୩ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ, ତଦନ୍ତ ଜାରି…

add-all

ମାଲକାନଗିରି : ସାରା ରାଜ୍ୟରେ ନିର୍ବାଚନ କୁ ଦୃଷ୍ଟି ରେ ରଖି ଏବଂ ନିର୍ବାଚନ ପ୍ରକ୍ରିୟା କୁ ଅବାଧ ଓ ହିଂସାମୁକ୍ତ କରିବା ପାଇଁ କଡ଼ାକଡ଼ି ଯାଞ୍ଚ କରାଯାଉଛି। ଏହି କ୍ରମରେ ମାଲକାନଗିରି ଜିଲ୍ଲା ରେ ମଧ୍ୟ ସମାନ ରୂପକ କଡା ଯାଞ୍ଚ ବ୍ୟବସ୍ଥା କରାଯାଇଛି । ଜିଲ୍ଲାର ସୀମାନ୍ତ ବର୍ତି ରାଜ୍ୟ ଛତିଶଗଡ଼, ଆନ୍ଧ୍ର ଓ ତେଲେଙ୍ଗାନା ସହ ସଂଲଗ୍ନ ହୋଇ ରହିଥିବା ବେଳେ ସମସ୍ତ ସୀମାରେ ସୁରକ୍ଷାକୁ କଡ଼ାକଡ଼ି କରିବା ସହ ଯାଞ୍ଚ ପ୍ରକ୍ରିୟାକୁ ଜୋରଦାର କରାଯାଉଛି। ଏହି ଯାଞ୍ଚ ବେଳେ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଚାଲାଣଗୁଡ଼ା ନିକଟରେ ଫ୍ଲାଇଂ ସ୍କ୍ବାଡର ମାଜିଷ୍ଟ୍ରେଟ ଦାୟୀତ୍ବରେ ଥିବା ସହାୟକ ଜିଲ୍ଲାପାଳ ଅଲେଖ ଭୋଇଙ୍କ ନେତୃତ୍ବରେ ଯାଞ୍ଚ କାର୍ଯ୍ୟ ଚାଲୁଥିଲା ବେଳେ ମାଲକାନଗିରିରୁ ଛତିଶଗଡ଼ ଅଭିମୁଖେ ଯାଉଥିବା ଏକ ସଫାରି ଗାଡି ନମ୍ବର ସିଜି-୧୮-ଏଲ-୫୫୫୦କୁ ଯାଞ୍ଚ କରାଯାଇଥିଲା । ଯାଞ୍ଚ ବେଳେ ଗାଡ଼ିରୁ ନଗଦ ୩ ଲକ୍ଷ ୭୦ ହଜାର ଟଂକା ରହିଥିବା ସ୍କ୍ୱାର୍ଡ ଦେଖିବାକୁ ପାଇଥିଲେ । ଗାଡ଼ିରେ ଥିବା ଏହି ଟଂକାକୁ ମାଲକାନଗିରିର ଜଣେ ବ୍ୟକ୍ତି ଚିତୁରାମ ଠାକୁର ଏବଂ ଅନ୍ୟଜଣେ ବ୍ୟବସାୟୀ ଜଶରାଜ ଭୁତଡା ନେଉଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି । ନିର୍ବାଚନୀ ସମୟରେ ଏତେ ଟଂକା ନେଇ କୁଆଡେ ଯାଉଥିଲ ବୋଲି ପୁଲିସ ପଚରାଉଚରା କରିବା ପରେ ମଧ୍ୟ ଏହାର ସଠିକ ଉତ୍ତର ଦେଇପାରିନଥିଲେ। ତେଣୁ ଟଂକା ଜବତ କରାଯିବା ସହ ଏମାନଙ୍କୁ ଅଟକ ରଖାଯଇ ପୋଲିସ ପକ୍ଷରୁ ତଦନ୍ତ ଟଙ୍କାର ମୂଳର ସ୍ରୋତ କେଉଁଠି ଓ କାହାଠାରୁ ଏହା ଆସିଛି ସେ ବିଷୟରେ ଯାଂଚ ଜାରି ରହିଥିବା ଜଣାପଡିଛି ।

ad-week
Leave A Reply

Your email address will not be published.