ସାନଖେମୁଣ୍ଡି ବିଜେଡ଼ି ବିଜେପି ର ପ୍ରାର୍ଥୀ ଘୋଷଣା ରେ ବିଳମ୍ବ ଉତକୋଣ୍ଠା ରେ ଭୋଟର…

ଘରକୁ ଘର ବୁଲୁଛନ୍ତି ଧରକୋଟ ରାଜା ସୁଲକ୍ଷଣା ଗୀତାଞ୍ଜଳି …

add-all


ବ୍ରହ୍ମପୁର: ସାନଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ର ଧରାକୋଟ ଗଡ଼ର ଦବ ଦବା କେଉଁ ଆବାହ ମାନ କାଳରୁ ରହି ଆସିଛି। ଏବେ ଏହି ବିଧାନସଭା ନିର୍ବାଚନ ମଣ୍ଡଳୀ ଚର୍ଚ୍ଚା ରେ ରହିଛି। ସର୍ବ ପ୍ରଥମେ କଂଗ୍ରେସ ଦଳ ବିଧାୟକ ରମେଶ ଜେନା କୁ ଟିକେଟ ଦେଇ ମଇଦାନ ରେ ଓହ୍ଲାଇଛି। ଏବେ ସୁଦ୍ଧା ବିଜେପି ହେଉ କି ବିଜେଡ଼ି ତାହାର ପ୍ରାର୍ଥୀ ଘୋଷଣା କରିନାହିଁ। ବିଜେଡ଼ି ପାଖରେ ଏବେ ଗୋଟିଏ ମାତ୍ର ବିକଳ୍ପ ରହିଛି ନନ୍ଦିନୀ ଦେବୀ ବା ସୁଲକ୍ଷଣା ଗୀତାଞ୍ଜଳି। ସାନ ଖେମୁଣ୍ଡି, ଧରାକୋଟ ବ୍ଲକ ଅଧକ୍ଷ ପଦବୀ ସାଙ୍ଗକୁ ସାତଟି ଜିଲ୍ଲା ପରିଷଦ ଓ ଜିଲ୍ଲା ପରିଷଦ ଅଧକ୍ଷା ପଦବୀ ବିଜେଡ଼ି ହାତରେ ରହିଛି। ଧରାକୋଟ ରାଜା ବା ବ୍ଲକ ଅଧକ୍ଷା ସୁଲକ୍ଷଣା ଗୀତାଞ୍ଜଳି କୁ ଏଥର ନଦିନୀ ଦେବୀ ଟିକେଟ ଦେବାକୁ ଲବି କରିବା ସହ ପ୍ରୋଜେକ୍ଟ କରିଛନ୍ତି। ଶାସକ ଦଳ ନିକଟରେ ନଦିନୀ ଦେବୀ ହିଁ ବିକଳ୍ପ ରୂପେ ରହିଥିବା ଯୋଗୁଁ ଲୋକଙ୍କ ନିକଟରେ ପହଞ୍ଚି ନବୀନ ଙ୍କ ଗୁଣ ଗାନ କରି ଏବେ ଠାରୁ ବିଜେଡ଼ି ପାଇଁ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମୁଳୁଛି। ଲୋକେ ତାଙ୍କର ରାଜାଙ୍କୁ ଅତି ନିକଟରୁ ଦେଖି ଖୁସି ଅନୁଭବ କରୁଥିଲେ ବି ଭୋଟ କାହାକୁ ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା। ବିଜେଡ଼ି ମା ଝିଅ ଙ୍କ ଉପରେ ଭରସା କରୁଛି ନା ନୂଆଁ ମୁହଁ କୁ ସୁଯୋଗ ଦେଉଛି ତାହା ସମୟ କହିବ। କିନ୍ତୁ ଏହି ନିର୍ବାଚନ ମଣ୍ଡଳୀ ରେ ବିଧାୟକ ରମେଶ ଜେନାଙ୍କ ମଧ୍ୟ୍ୟ ଦବ ଦବା ରହିଛି ତେଣୁ ବିଜେଡି ଓ କଂଗ୍ରେସ ମଧ୍ୟରେ ମୁକାବିଲା ରାମଞ୍ଚକ ହେବ ବୋଲି ରାଜନୈତିକ ସମୀକ୍ଷୟକ ମାନେ ମତ ଦେଲେଣି l

ad-week
Leave A Reply

Your email address will not be published.