
ହିଞ୍ଜିଳିକାଟୁ : ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ବିକ୍ରି ହେଉଥିବା ଦେଶୀ ଓ ବିଦେଶୀ ମଦ ବିକ୍ରି କରିବା ସହ ଋଷିକୂଲ୍ୟା ନଦୀରୁ ବାଲି ଉତ୍ତୋଳନ ଓ ନିକଟସ୍ଥ ପାହାଡରୁ ବେଆଇନ ଭାବେ ପଥର ବ୍ଳାଷ୍ଟି° ବନ୍ଦ କରିବା ଦାବିରେ ଦାବି ପତ୍ର ପ୍ରଦାନ କରାଯାଇଛି। ମଙ୍ଗଳବାର ସକାଳେ ହିଞ୍ଜିଳି କଂଗ୍ରେସ ପକ୍ଷରୁ ହିଞ୍ଜିଳି ବିଧାନସଭା ପ୍ରାର୍ଥୀ ରଜନୀକାନ୍ତ ପାଢିଙ୍କ ନେତୃତ୍ବରେ ଶତାଧିକ କର୍ମୀ ସ୍ଥାନୀୟ ପୈାରାଞ୍ଚଳ ବଇଁଚବଣିଆ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରୁ ଏକ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିଥିଲେ। ପରିବା ବଜାର ନିକଟସ୍ଥ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସେଠାରେ ଆୟୋଜିତ ପଥପ୍ରାନ୍ତ ସଭାରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଦେଶୀ ଓ ବିଦେଶୀ ମଦ ବିକ୍ରି କରାଯାଉଛି, ଏହାକୁ ତୁରନ୍ତ ବନ୍ଦର କରିବାକୁ ଦାବି କରିଥିଲେ। ଏଥି ସହ ଶେରଗଡ଼ ତହସିଲ ଅଧିନସ୍ଥ ଗୁଡିସର ଏବଂ ବ୍ରାହ୍ମଣଛାଇ ନିକଟସ୍ଥ ଅଞ୍ଚଳର ଋଷିକୂଲ୍ୟା ନଦୀରୁ ବେଆଇନ ଭାବେ ଧାର୍ଯ୍ୟ ପରିମାଣ ଠାରୁ ବହୁଗୁଣରେ ବାଲି ଉତ୍ତୋଳନ କରାଯାଉଛି। ଏଥି ସହ ହିଞ୍ଜିଳିକାଟୁ ତହସିଲ ଖରିଡା ନିକଟସ୍ଥ ଋଷିକୂଲ୍ୟା ନଦୀରୁ ବେଆଇନ ଭାବେ ବାଲି ଉତ୍ତୋଳନ କରାଯାଇ ନିକଟସ୍ଥ ଗ୍ରାମରେ ବହୁ ପରିମାଣର ବାଲି ଗଚ୍ଛିତ ରଖାଯାଇଛି। ଘଟଣା ସମ୍ପର୍କରେ ହିଞ୍ଜିଳି ଥାନା, ବ୍ରହ୍ମପୁର ଖଣି ଅଧିକାରୀ ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କୁ ପୂର୍ବରୁ ୨ ଥର ଅଭିଯୋଗ କରିଥିଲେ ମଧ୍ୟ କୈାଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି ବୋଲି ଶ୍ରୀ ପାଢି ଅଭିଯୋଗ କରିଛନ୍ତି। ପରେ ଶ୍ରୀ ପାଢିଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ବ୍ରହ୍ମପୁର ଆମ୍ବପୁଆରେ ପହଞ୍ଚି ଖଣି ଅଧିକାରୀ ଏବଂ ଛତ୍ରପୁର ଠାରେ ପହଞ୍ଚି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ। ଏହାର ଏକାକିତା ନକଲ ରାଜ୍ୟ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ମୁଖ୍ୟ, ଓଡିଶା ସରକାରଙ୍କ ଅବକାରୀ ବିଭାଗୀୟ ମନ୍ତ୍ରୀ ଓ ଶିଳ୍ପ ଓ ଖଣିଜ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି ବୋଲି ଶ୍ରୀ ପାଢି ସୂଚନା ପ୍ରଦାନ କରିଛନ୍ତି। ଆୟୋଜିତ ରାଲିରେ ହିଞ୍ଜିଳି ବିଧାନସଭା କଂଗ୍ରେସ ପ୍ରାର୍ଥୀ ରଜନୀକାନ୍ତ ପାଢିଙ୍କ ସମେତ ପୂର୍ବତନ ନଗର ସଭାପତି,ହିଞ୍ଜିଳିକାଟୁ ସୁନାରାମ ସାବତ, ପ୍ରକାଶ ବେହେରା, ନିଳାଞ୍ଚଳ ପାଣିଗ୍ରାହୀ, ମଙ୍ଗୁଳୁ ରାଉତ, ଗୋପିନାଥ ନାୟକ, ଦିନବନ୍ଧୁ ସେଠି, ଶିବ ରଞ୍ଜନ ନାଇକ, ଯୋଗିନ୍ଦ୍ର ନାୟଖ, ରବି ପ୍ରଧାନ, ବେଣୁଧର ବିଷୋୟୀ, ମଙ୍ଗୁଳୁ ସାହୁ, ଟୁନା ଦାସ, ଉଦୟ ପ୍ରଧାନ, ତ୍ରିନାଥ ନାହାକଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଅଂଶ ଗ୍ରହଣ କରିଥିଲେ ।