ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଗୁରୁତର

add-all

ମାଲକାନଗିରି,୧୮।୬ : ମାଲକାନଗିରି ଜିଲ୍ଲା ବିଜାଘାଟିରେ ସଡକ ଦୁର୍ଘଟଣା, ଜଣେ ମୃତ ଦୁଇ ଗୁରୁତର ଆହତ । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସଦରରୁ ଜୟପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ମାଲକାନଗିରିର ଅଭିମୁଖେ ଆସୁଥିବା ଏକ କାର ଓଡି ୩୦ ବି ୦୨୨୨ ଦ୍ରୁତ ଗତିରେ ଆସି ପ୍ରଥମେ ରାସ୍ତା କଡରେ ଥିବା ଏକ ସିଗନାଲ ପୋସ୍ଟକୁ ଧକ୍କା ଦେବା ପରେ ସାମ୍ନା ପଟୁ ଆସୁଥିବା ଏକ ମୋଟର ସାଇକେଲକୁ ବିଜାଘାଟି ନିକଟରେ ଧକ୍କା ଦେଇଥିଲେ । ଏହି ଦୁର୍ଘଟଣାରେ ମୋଟର ସାଇକେଲରେ ବସିଥିବା ୩ ଜଣ ବ୍ୟକ୍ତି ଛିଟିକି ପଡିବା ସହ ଗୁରୁତ୍ତର ଆହତ ହୋଇଥିଲେ । ତେବେ କାର ମଧ୍ୟରେ ଥିବା ଦୁଇଜଣ ବ୍ୟକ୍ତି ରହିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ଆହତ ମାନଙ୍କୁ ସ୍ଥାନୀୟ ଲୋକେ ଉଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ସେଠାରେ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇଜଣଙ୍କ ଗୁରୁତ୍ତର ଅବସ୍ଥାରେ ଚିକିତ୍ସା ଜାରି ରହିଛି । ଉକ୍ତ କାରଟି ମାଲକାନଗିରି ନିଵାସୀ ସତ୍ୟା ରାଓଙ୍କ ହୋଇ ଥିବା ବେଳେ ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ଅଛି ।

ad-week
Leave A Reply

Your email address will not be published.