ପିଏମ କିଷାନ ସମ୍ମାନ ନିଧିର ୧୮ତମ କିସ୍ତି ବଣ୍ଟନ ସମାରୋହ

add-all

ମାଲକାନଗିରି,୧୮/୬ : ଆଜି ବିଜେପି ର ନୂତନ ସରକାରଙ୍କ ପ୍ରଥମ କାମ ଚାଷୀ ଙ୍କୁ ସମ୍ମାନ ଉଦେଶ୍ୟ ରେ ପିଏମ କିଷାନ ସମ୍ମାନ ନିଧିର କିସ୍ତି ବଣ୍ଟନ ସମା ରୋହ ଜିଲ୍ଲାପରିଷଦ ସଭା ଗୃହ ରେ ଜିଲ୍ଲାପାଳଙ୍କ ଅଧକ୍ଷ୍ୟତାରେ ଅନୁଷ୍ଠିତ ଯାଇଛି। ଏହି ଅବସରରେ ମୁଖ୍ୟଅତିଥି ଭାବେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ଉପସ୍ଥିତ ରହି ଜିଲ୍ଲାର କୃଷକ ମାନଙ୍କ ବ୍ୟାଙ୍କ ଖାତା କୁ ୨ହଜାର ଟଙ୍କା ପଠାଇବା ବ୍ୟବସ୍ଥା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ପାଳ ସୋମନାଥ ପ୍ରଧାନ,ମୁଖ୍ୟ ଉନ୍ନୟନ ଅଧିକାରୀ ନରେଶ ଚନ୍ଦ୍ର ଶବର,ସାଂସଦ ପ୍ରତିନିଧି ସଞ୍ଜୟ ସରକାର ମଞ୍ଚରେ ଉପସ୍ଥିତ ଥିଲେ, ଏହି ଅବସର ରେ ଉତ୍ତରପ୍ରଦେଶ ବାରଣସି ଠାରେ ପ୍ରଧାନମନ୍ତ୍ରୀ ଙ୍କ ଦ୍ୱାରା ପିଏମ କିଷାନ ସମ୍ମାନ ନିଧି ର ସିଧା ପ୍ରସାରଣ କାର୍ଯ୍ୟକ୍ରମ ପ୍ରୋଜେକ୍ଟର ମାଧ୍ୟମ ରେ କୃଷକ ମାନେ ଦେଖିଥିଲେ ଓ ସେମାନଙ୍କ ଖାତାରେ ପିଏମ କିଷାନ ସମ୍ମାନ ନିଧି ଦୁଇହାଜର ଟଙ୍କା ଜମା ହୋଇ ଯିବା ମୋବାଇଲ ରେ ଆସିଥିବା ମେସଜ ଦେଖି ଖୁସି ହୋଇଥିଲେ। ମାଲକାନଗିରି ଜିଲ୍ଲା ରେ ୬୭୯୮୧ ଜଣ ଚାଷୀ ପିଏମ କିଷାନ ସମ୍ମାନ ନିଧି ଯୋଜନା ରେ ଅନ୍ତର୍ଭୁକ୍ତ ହୋଇଛନ୍ତି।

ad-week
Leave A Reply

Your email address will not be published.