ବ୍ଲକ ପ୍ରଶାସନ ଓ ପିରାମଲ ସହଯୋଗରେ ରଜ ଉତ୍ସବ ପାଳନ

add-all

ମାଲକାନଗିରି : ଖଇରପୁଟ ବ୍ଲକ କଦମଗୁଡା ପଂଚାୟତ ପରିସରରେ ଋତୁସ୍ରାବ ସ୍ଵଚ୍ଛତା ନେଇ ଆକାଂକ୍ଷା ଜିଲ୍ଲା ଅନ୍ତର୍ଗତ ପିରାମଲ ଫାଉଣ୍ଡେସନ, ବ୍ଲକ ପ୍ରଶାସନ ଓ ଜିଲ୍ଲା ବନ ବିଭାଗର ମିଳିତ ପ୍ରୟାସରେ ରଜ ଉତ୍ସବ ପାଳନ କରାଯାଇଛି । ସରପଞ୍ଚ ସୂର୍ଯ୍ୟ ନାରାୟଣ ଝିଗିଡିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସମନ୍ୱିତ ଶିଶୁ ବିକାଶ ସଂସ୍ଥା ପକ୍ଷରୁ ସିଡିପିଓ ନିହାର ବାଳା ସାହୁ , ସୁପରଭାଇଜର, ଅଙ୍ଗନୱାଡି କର୍ମୀ ଏବଂ ପିରାମଲ୍ ଫାଉଣ୍ଡେସନରୁ ରାଜାରାମ ମଲ୍ଲିକ, ସାୟୁ ସିଂହା, ସୁମିତ କୁମାର ଏବଂ ଅଭିଷେକ ପାଣ୍ଡେଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଛି । ବାଲ୍ୟ ବିବାହ କୁ ବିରୋଧ କରିବା ଓ ପରିବେଶ ସୁରକ୍ଷା ନିମନ୍ତେ ଏକ ସଚେତନା ରାଲି କରାଯାଇଥିଲା। ପଞ୍ଚାୟତ କାର୍ଯ୍ୟାଳୟ ପରିସର ରେ ୨୫୦ ବୃକ୍ଷରୋପଣ କରାଯାଇଛି। ଅଙ୍ଗନୱାଡି କର୍ମୀ ମାନେ ନିଜ ହାତରେ ପ୍ରସ୍ତୁତ କରିଥିବା ସାମଗ୍ରୀରେ ଏକ ପୋଷଣ ମେଳା ମଧ୍ୟ କରାଯାଇଥିଲା ସେଥିରେ ବିଭିନ୍ନ ପ୍ରକାର ଡାଲି ଜାତୀୟ ଶସ୍ୟ, ପନିପରିବା, ମିଲେଟସ ତିଆରି ଖାଦ୍ୟ ପ୍ରଦର୍ଶନ କରାଯାଇଥିଲା। ଋତୁସ୍ରାବ ସ୍ୱଛତା ଏବଂ ପରିବେଶ ସୁରକ୍ଷା କୁ ନେଇ ସଚେତନ ସଭା ମଧ୍ୟ କରାଯାଇଛି। ଶେଷ ରେ ସମସ୍ତେ ଦୋଳି ଖେଳି ନାଚି ଉତ୍ସବ କୁ ସମାପ୍ତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମାଥିଲି ବ୍ଲକ ର ସବୁ ପଞ୍ଚାୟତ ରୁ ୪୫୦ ଜଣ କିଶୋରୀ ବାଳିକା ଯୋଗ ଦେଇଥିଲେ। ଋତୁଶ୍ରାବ ଏକ ପ୍ରକ୍ରିୟା,ଏହାକୁ କୌଣସି ପ୍ରକାର ଅନ୍ଧବିଶ୍ୱାସ ଠାରୁ ଦୂରେଇ ରହିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଥିଲା I ବନ ବିଭାଗ ତରଫରୁ ଗଛ ମୋର ସାଥି ସ୍ଲୋଗାନ ଦିଆ ଯାଇଥିଲା I

ad-week
Leave A Reply

Your email address will not be published.