ଏମ୍ ଭି ୭୯ ଜୟ ଜଗନ୍ନାଥ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

add-all

ମାଲକାନଗିରି : ଏମ୍‌ଭି ୭୯ ହାଇସ୍କୁଲ ଖେଳ ପଡିଆ ଠାରେ ୪ ଦିନ ଧରି ଚାଲିଥ‌ିବା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଯାପିତ ହୋଇଯାଇଛି ଏହି ଟୁର୍ଣ୍ଣାମେଣ୍ଟରେ ଆଠ ଟି ଦଳ ଭାଗ ନେଇଥିବା ବେଲେ, ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍ ପେଣ୍ଡୁଲବାଇ ଓ ଲାଛିପେଟା କ୍ରିକେଟ୍ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପେଣ୍ଡୁଲବାଇ ଦଳ ବିଜୟୀ ହୋଇଥିବାବେଳେ ଲାଛିପେଟା ଦଳ ଉପବିଜେତା ହୋଇଛି। ବିଜେତା ଦଳକୁ ଗ୍ରାମର ବୁଦ୍ଧିଜୀବୀ ଶ୍ରି ଦୀପକ୍ ଦତ୍ତ ଠାରୁ ଚମ୍ପିଆନ୍ ଟ୍ରଫି ଶହ ୧୫ ହଜାର ଟଙ୍କା ପୁରସ୍କାର ରାଶି ଗ୍ରହଣ କରିଥିବାବେଳେ ଉପବିଜେତା ଦଳର ଅଧିନାୟକ ଏମ୍ ଭି ୭୯ ଶାବରୀ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ନାୟକ ଠାରୁ ଟ୍ରଫି ସହ ୧୦ ହଜାର ଟଙ୍କା ପୁରସ୍କାର ରାଶି ଗ୍ରହଣ କରିଥିଲେ। ଶାବରୀ କ୍ରିକେଟ କ୍ଳବ୍ ର ଯୁବକ
ସଂଘ ସଞ୍ଜୀବ ହାଲଦର୍, ମାନସ ରଞ୍ଜନ ଜେନା, ସୁଜୟ ହାଲଦାର ରାଜୀବ ମଣ୍ଡଳ, ଗୋବିନ୍ଦ ସର୍, ବିଟୁ ବିଶ୍ଵାସ, ଆକାଶ ହିଆଲ,ପିଣ୍ଟୁ ବିଶ୍ୱାସ, ଇସଲାଭାତ୍ ସୁଧାକର ଏବଂ ଏମ୍ ଭି 79 ଶାବରୀ କ୍ରିକେଟ କ୍ଳବ୍ ର ସମସ୍ତ ଖେଳାଳୀ ସହ ଯୋଗରେ ଶୃଙ୍ଖଳିତ ଭାବେ ଟୁର୍ଣ୍ଣାମେଣ୍ଟ ପରିଚାଳିତ ହୋଇଥିଲା ।

ad-week
Leave A Reply

Your email address will not be published.