ଦୁର୍ଘଟଣାରେ ମୃତ ୩ ଜଣ ଯୁବକଙ୍କ ପରିବାରକୁ ସମଵେଦନା ଜଣାଇଲେ ଓ ଆର୍ଥୀକ ସହାୟତା ପଠାଇଲେ ସାଂସଦ ଵୈଜୟନ୍ତ

add-all


ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ଵ୍ଲକର ମହୁଲିଆ, କାନଫୁଲିଆ ଓ ପରିପାଙ୍ଗରା ଗ୍ରାମର ସୁନାକର ଦାସ, ଲିପୁନା ସୂତାର ଓ ସିଦ୍ଧାର୍ଥ ଶଣ୍ଢ ଗତ ୨୨ ତାରିଖରେ ବାଇକ୍ ରେ ଯାଉଥିବା ବେଳେ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇ ଘଟଣା ସ୍ଥଳରେ ୩ଜଣ ଯୁବକଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ବିଜେପି ବିଧାୟକ ପ୍ରାର୍ଥୀ ଉଦୀୟମାନ ଯୁବକ ଲଳିତ ଵେହେରା ପହଁଞ୍ଚି ଶଵ ବ୍ୟବଚ୍ଛେଦ ଆଦି ସୁଵ୍ୟଵସ୍ଥା କରି ମର ଶରୀରକୁ ସେମାନଙ୍କ ଗ୍ରାମ ମାନଙ୍କୁ ପଠାଇବାର ସହାୟ ହୋଇଥିଲେ।

ବିଳମ୍ବରେ ହେଲେ ମଧ୍ୟ ସାଂସଦ ବୈଜୟନ୍ତ ପଣ୍ଡା ଏହି ଯୁଵକମାନଙ୍କ ମୃତ୍ୟୁ ଖବରରେ ମର୍ମାହତ ହୋଇ ଶ୍ରଦ୍ଧା ସୁମନ ଜ୍ଞାପନ କରିଛନ୍ତ।ଏହି ଦୁଃଖଦ ପରିବାର ପ୍ରତି ସମଵେଦନା ଜଣାଇ ରାଜନଗର ବ୍ଲକର ବରିଷ୍ଠ ବିଜେପି ନେତା ରାଜୀବ ଲୋଚନ ଦାସଙ୍କ ଦ୍ବାରା ଆର୍ଥୀକ ସହାୟତା ଯୋଗାଇ ଦେଇଥିଲେ।ଏହି ଆର୍ଥୀକ ରାଶିକୁ ରାଜିବ ଲୋଚନ ଦାସଙ୍କ ସମେତ ଅକ୍ଷୟ ସାମଲ, ମଳୟ ଵେହୁରା, ସର୍ଵେଶ୍ବର ସାହୁ, ଶୁଭକାନ୍ତ ନାୟକ,ବସନ୍ତ ରାଉତ ଓ ବିଜୟ କୁମାର ହାତି ପ୍ରମୁଖ ତିନି ଦୁଃଖଦ ପରିବାରଙ୍କ ଘରେ ପହଁଚି ସମଵେଦନା ଜଣାଇ ସାଂସଦ ଶ୍ରୀପଣ୍ଡା ପଠାଇଥିବା ସହାୟତା ରାଶି ପ୍ରଦାନ କରିଥିଲେ |

ad-week
Leave A Reply

Your email address will not be published.