ସୀମାନ୍ତରେ ପୁଲିସକର୍ମୀ ହତ୍ୟାରେ ସାମିଲ ମିଲିସିଆ କମାଣ୍ଡର ଗିରଫ

add-all

ମାଲକାନଗିରି : ଛତିଶଗଡର ସୁକମା ଜିଲ୍ଲାର ଗାଦିରାସ ଥାନା ଅଂଚଳରେ ଜଣେ ପୁଲିସକର୍ମୀଙ୍କ ହତ୍ୟାରେ ଜଡିତ ଥିବା ମାଓବାଦୀଙ୍କୁ ସୁରକ୍ଷାକର୍ମୀମାନେ ଘେରାବନ୍ଦୀ କରି ଗିରଫ କରିଥିବା ଜଣାପଡିଛି l ସୂଚନା ଅନୁଯାଇ ସୁକମା ଜିଲ୍ଲା ଗାଦିରାସ ଥାନା ଅଂଚଳରେ ଜୁନ 3ତାରିଖରେ ଏକ ମେଳା ଚାଲିଥିବା ସମୟରେ ଗ୍ରାମବାସୀ ଭେଷଭୁଷାରେ କିଛି ମାଓବାଦୀ ଆସି ମେଳରେ ବୁଲୁଥିବା ଜଣେ ପୁଲିସ କର୍ମୀଙ୍କ ହତ୍ୟା କରିଥିଲେ l ଏହି ହତ୍ୟା ମାମଲାରେ ଗାଦିରାସ ଥାନା ଅଧିକାରୀଙ୍କୁ ବିଶେଷ ସୂତ୍ରରୁ ଖବର ମିଳିବା ପରେ ଡିଆରଜି ଆଲଫା ଏବଂ ସିଆରପିଏଫ-2ରି ବାହିନୀର ଏକ ମିଳିତ ଦଳ ସୁକମା ଜିଲ୍ଲାର ଗାଦିରାସ ଥାନା ଅନ୍ତର୍ଗତ ଗୁଫଡି ଗ୍ରାମକୁ ଯାଇ ସେଠାରୁ ଏକ ଲକ୍ଷ ଇନାମୀ ମିଲିସିଆ କମାଣ୍ଡର ମାଡ଼ବି ମନୋଜ(ଛଦ୍ମନାମ )ମାଡ଼ବି ହୁଙ୍ଗା(39)ବର୍ଷ କୁ ଗିରଫ କରି ଗାଦିରାସ ଥାନାକୁ ଆଣିଥିଲେ ସେଠାରେ ପଚାରାଉଚରା କରିବାରୁ ସେ ତାର ଅନ୍ୟ ମାଓବାଦୀ ସାଥିରେ ମିଶି ମେଳାରେ ପୁଲିସକର୍ମୀର ହତ୍ୟା କରିଥିବା ସ୍ୱୀକାର କରିଥିବା ଗାଦିରାସ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି l ଗିରଫ ପରେ ମିଲିସିଆ କମାଣ୍ଡର ମାଡ଼ବି ହୁଙ୍ଗାକୁ କୋର୍ଟ ଚାଲାଣ କରି ଜେଲ ପଠାଯାଇଥିବା ସୁକମା ପୁଲିସ ପକ୍ଷରୁ ସୂଚନା ମିଳିଛି l

ad-week
Leave A Reply

Your email address will not be published.