୧୮ ଟନରୁ ଉର୍ଦ୍ଧ ଗୋମାଂସ ବୋଝେଇ କଣ୍ଟେନର ଜବତ, ଚାଳକ ଅଟକ…

add-all

ଛତ୍ରପୁର : ଚମାଖଣ୍ଡି ଥାନା ଅଧିନ ମାଣ୍ଡିଆପଲ୍ଲୀ ଜାତୀୟ ରାଜପଥ ଠାରେ ଏକ ଗୋ ମାଂସ ବୋଝେଇ କଣ୍ଟେନରକୁ ପୁଲିସ ଜବତ କରିଛି | କୌଣସି ସୂତ୍ରରୁ ଖବର ପାଇଁ ବଜରଙ୍ଗ ଦଳ ରବିବାର ଭୋର ସମୟରେ ଖୋର୍ଦ୍ଧା ରୁ ଆନ୍ଦ୍ରପ୍ରଦେଶ ଅଭିମୁଖେ ଯାଉଥିବା ଏପି 03ଟିଇ 5555ନଂ ଏକ କଣ୍ଟେନର ଯୋଗେ 18 ଟନ ଗୋମାଂସ ଚାଲଣ ହେଉଥିବା ବେଳେ ମାଣ୍ଡିଆପଲ୍ଲୀ ଛକ ନିକଟରେ ବଜରଙ୍ଗୀ କର୍ମୀ ତାକୁ ଅଟକାଇଥିଲେ | କଣ୍ଟେନରକୁ ଗାଡି ଚାଳକ କୁ ଧରି ଗାଡି ଭିତରେ ବିପୁଳ ପରିମାଣର ଗୋ ମାଂସ ପ୍ୟାକେଟ କରି ରଖାଯାଇଥିଲା |

ଏପରିକି ଘଟଣା ସ୍ଥଳରେ ଉତେଜନା ଦେଖିବାକୁ ମିଳିଥିଲା | ଘଟଣାର ଖବର ପାଇଁ ପୁଲିସ ପହଁଛି ଗାଡି ଓ ଚାଳକ ଥାନାରେ ଅଟକ ରଖିବା ସହ 234/24 ମାମଲା ରୁଜୁ କରିଛି ପୁଲିସ | ଏପରିକି ଏହି ଗାଡି ଅଟକ ପୃର୍ବରୁ ଆହରୁ ଦୁଇଟା ଗାଡି ଚାଲିଯାଇଥିବା ବଜରଙ୍ଗି ଦଳ ପକ୍ଷରୁ କୁହାଯାଇଛି |
ଏହା କିଏ ପଠେଇଛି ତାହାକୁ ତଦନ୍ତ କରି ଗିରଫ ଦାବୀ ହୋଇଛି | ସୂଚନା ଥାଉକି ପୃର୍ବରୁ ମଧ୍ୟ୍ୟ କିଛି ଦିନ ତଳେ ଚମାଖଣ୍ଡି ପୁଲିସ ଓ ଛତ୍ରପୁର ପୁଲିସ ପକ୍ଷରୁ ମଧ୍ୟ୍ୟ ଗୋ ମାଂସ ଚାଳଣ ବେଳେ ଧରିଥିଲେ |

nis-ad
Leave A Reply

Your email address will not be published.