ସ୍ୱଚ୍ଛ,ସୁସ୍ଥ,ସବୁଜ ଓ ସୁନ୍ଦର ସଚେତନତା ପଦଯାତ୍ରା !

add-all

ଛତ୍ରପୁର : ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ଛତ୍ରପୁର ଶାଖା ଆନୁକୁଲ୍ୟ ଏବଂ ପ୍ରତିଭା ଆବାସିକ ମହାବିଦ୍ୟାଳୟ ସହଯୋଗରେ ବୃକ୍ଷ ଗଙ୍ଗା ଅଭିଯାନ ଓ ପରିବେଶ ସୁରକ୍ଷା ସଚେତନତା ପଦଯାତ୍ରା ଆୟୋଜନ ହୋଇଯାଇଛି । ଉକ୍ତ ପଦଯାତ୍ରାରେ ପୂର୍ବତନ ବିଧାୟକ ତଥା ଉପ ବାଚସ୍ପତି ରାମ ଚନ୍ଦ୍ର ପଣ୍ଡା, ଛତ୍ରପୁର ଏନ୍.ଏ .ସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ,ପ୍ରତିଭା କଲେଜ ଅଧକ୍ଷ ଚିନ୍ମୟ ଦାସ ,ଅବସର ପ୍ରାପ୍ତ ଶିକ୍ଷକ ଲକ୍ଷ୍ମଣ ପଣ୍ଡା,ଏଥିରେ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଗାୟତ୍ରୀ ପରିବାର ସଦସ୍ୟ ପ୍ରଦୀପ ଆଚାର୍ଯ୍ୟ, ଶ୍ରୀହରି ବେହେରା, କ୍ୟୁୟର୍ସ ସଦସ୍ୟ ଧର୍ମେନ୍ଦ୍ର ବେହେରା, ଅନୁସୟା ପ୍ରଧାନ,ମୁନା ବେହେରା,ବିଶିକେଶନ ଦାସ ପ୍ରମୁଖ ପଦଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ । ମହିଳା ଆତ୍ମ ସହାୟକ ସଂଘ ସଦସ୍ୟା,ଛାତ୍ରଛାତ୍ରୀ,ଗାୟତ୍ରୀ ପରିବାର ସଦସ୍ୟ ଓ ସ୍ୱେଚ୍ଛାସେବୀ ମାନେ ବୃକ୍ଷ ରୋପଣ,ପରିବେଶ ସୁରକ୍ଷା ପ୍ରଚାର ପତ୍ର,ଡ଼ାକବାଜି ଯନ୍ତ୍ର ଓ ସ୍ଲୋଗାନ ମାଧ୍ୟମରେ ପ୍ରଚାର କରି ସହର ପରିକ୍ରମା କରିଥିଲା ।ସମସ୍ତ କାର୍ଯ୍ୟକ୍ରମ କୁ ଅରୁଣ ଶତପଥୀ ସଂଯୋଜନା କରିଥିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.