ଭାରସାମ୍ୟ ହରାଇ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଲେ କାର୍ ଚାଳକ, ୪ ଜଣ ଗୁରୁତର ଆହତ !

add-all

ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ବୀରମିତ୍ରପୁର ଥାନା ଅନ୍ତର୍ଗତ ଟଙ୍ଗ୍ରିଦଫେଇରେ ଗୋଟିଏ ସୁଇପ୍ଟ ଡିଜାୟାର କାର ଯାହାର ନମ୍ବର ଓଡ଼ି ୧୪ ଜେ ୦୩୪୧ ବଲାଙ୍ଗୀର ରୁ ବୀରମିତ୍ରପୁର ଆସୁଥିବା ବେଳେ କୌଣସି କାରଣରୁ ନିଜର ଭାରସାମ୍ୟ ହରାଇ ଟଙ୍ଗ୍ରିଦଫେଇରେ ଗୋଟିଏ ଘରକୁ ପିଟି ଥିବାରୁ ଚାରି ଜଣ ଗୁରୁତର ଓ ଦୁଇ ଜଣ ଆହତ ହୋଇଥିଲେ | ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ କାରରେ ଥିବା ୬ ଜଣଙ୍କୁ ଉଦ୍ଧାର କରି ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ | ସେଠାରେ ୪ ଜଣଙ୍କୁ ପ୍ରାଥମିକ ଚିକିତ୍ସା କରିବା ପରେ ଅଧିକ ଗୁରୁତର ହେଇଥିବାରୁ ରାଉଲକେଲା ସରକାରୀ ଡାକ୍ତରଖାନାକୁ ହସ୍ତାନ୍ତର କରିବା ଜଣାପଡିଛି | ଏବଂ ୨ ଜଣ ଅଳ୍ପୋ ଆହାତ ହୋଇଥିବାରୁ ଚିକିତ୍ସା କରିବା ପରେ ଘରକୁ ପଠାଇଥିବା ଜଣା ପଡ଼ିଛି !

ad-week
Leave A Reply

Your email address will not be published.