ହିଞ୍ଜିଳିକାଟୁ ୫!୭ ହିଞ୍ଜିଳିକାଟୁ ୫୯ ନମ୍ଭର ଜାତୀୟ ରାଜପଥର ସନ୍ତୋଷୀମାଁ ମନ୍ଦିର ନିକଟରେ ଗୋଟିଏ ନବଜାତ ଶିଶୁର ମୃତ ଦେହ ରାସ୍ତା କଡରେ ପଡିଥିବା ଦେଖିବାକୁ ମିଳିଥିଲା। ଯାହାକୁ ବୁଲା କୁକୁରମାନେ ଆଂଶିକ ଭାବେ ଖାଇଦେଇଥିଲେ ଶିଶୁର ମୃତଦେହ ଦେଖି ତାହା କନ୍ୟା ସନ୍ତାନ କି ପୁତ୍ର ସନ୍ତାନ ଜଣାପଡୁନାହି।ମୃତ ଶିଶୁଟିକୁ ଦେଖିବା ପାଇଁ ଆଖପାଖ ଲୋକଙ୍କ ରୁଣ୍ଡ ଜମିଛି।ତଥାପି ପିଲାଟି କାହାର ଚିହ୍ନଟ ହୋଇପାରିନି।କିଭଳି ଓ କେଉଁ ପରିସ୍ଥିତିରେ ଶିଶୁ ର ମୃତ ଦେହ ଏଠାକୁ ପଡିଛି ତାହା ଏବେ ବି ସ୍ୱଷ୍ଟ ହୋଇନି।ଲୋକଙ୍କ ଠାରୁ ଖବର ପାଇ ଘଟଣା ସ୍ଥଳରେ ହିଞ୍ଜିଳି ପୋଲିସ ପହଞ୍ଚି ମୃତ ଶିଶୁର ମୃତଦେହ ଉଦ୍ଧାର କରିଛି।ଅନ୍ୟପଟେ ଅନୈତିକ ସମ୍ପର୍କ ରଖିବା ପରେ କେହି ଯୁବତୀ ଶିଶୁଟିକୁ ଜନ୍ମ ଦେବା ପରେ ଲୋକଲଜ୍ଜା ଭୟରେ ଏଠାରେ ଫିଙ୍ଗି ଦେଇଛି ନଚେତ୍ କୌଣସି ମହିଳା ଶିଶୁ ଜନ୍ମ ଦେଇ ଫୋପାଡି ଦେଇଥିବା ଅନୁମାନ କରାଯାଉଛି ମୃତ ଶିଶୁଟି ଅବୈଧ ଶିଶୁର ମୃତୁ ନା ଶିଶୁକୁ ମୃତ୍ୟୁ ପରେ ସେଠାରେ କେହି ଫୋପାଡ଼ି ଦେଇଛି ନା ଆଉ କିଛି ଅଘଟଣ ହୋଇ ଥାଇ ପରେ ବୋଲି ସାଧାରଣରେ ଆଲୋଚନା ହେଉଛି।ଅଞ୍ଚଳରେ ବାରମ୍ବାର ଏହିପରି ଘଟଣା ସବୁ ସାମ୍ନାକୁ ଆସୁଛି । ଲୋକ ଲଜ୍ଜା ଭୟ ହେଉ ଅଥବା ଶିଶୁକନ୍ୟାକୁ ଜନ୍ମ ଦେଇ ଅତି ନିର୍ଦ୍ଦୟ ଭାବରେ ନବଜାତଙ୍କୁ ଫିଙ୍ଗି ଦେଉଛନ୍ତି ଜନ୍ମଦାତ୍ରୀ । ଏପରି ହୀନ ମାନସିକତା ଲୋକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବି ହେଉଛି
