ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବନ ମହୋତ୍ସବ…

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଜି ସରକାରୀ ବହୁ ବୃତ୍ତି ମହାବିଦ୍ୟାଳୟ ଫୁଲବାଣୀ ଠାରେ ବନ ମହୋତ୍ସବ ସପ୍ତାହ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟ ପିର ମିଶ୍ରଙ୍କ ଅଧ୍ୟକ୍ଷତାରେ ସଚିବ ଶ୍ରୀମତୀ ଅନୁଶୀଳା ରୟ ଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଭିଜିଲାନ୍ସ ସମର ବିଳାସ ବେହେରା, ପାରିବାରିକ ଅଦାଲତର ଜଜ ଦେବଦତ୍ତ ମହାପାତ୍ର, ଅତିରିକ୍ତ ଜିଲ୍ଲା ଦୌରାଜଜ୍ ମୁନ ରାଣୀ ମିଶ୍ର, ଏଡିଜେ କମ ସ୍ୱତନ୍ତ୍ର ପୋକ୍ସ୍ ଜଜ ରାଜେଶ ଦାଶ, ଏଡିଜେ ଏଫଟିଏସସି କୈଳାସ ଚନ୍ଦ୍ର ସ୍ୱାଇଁ, ପିଏଲ ଏ ଅଧ୍ୟକ୍ଷ ଦୋଳ ଗୋବିନ୍ଦ ବାରିକ, ସିଜିଏମ୍ ଶ୍ରୀମତୀ ବର୍ଣ୍ଣାଳୀ ତ୍ରିପାଠୀ, ରେଜିଷ୍ଟର ନୀତିସା ଚନ୍ଦକ, ମହିଳା ଅଦାଲତର ଜଜ୍ ବିଶ୍ଵ କଲ୍ୟାଣୀ ମିଶ୍ର, ଏସଡିଜେଏମ୍ ସୋମ୍ୟା ସୋନାଲିକା, ପ୍ରୋବୋସନ୍ ସଭିଲ ଜଜ୍ ଲୋପାମୁଦ୍ରା ଆଚାର୍ଯ୍ୟ,ଡିଏଫଓ ପ୍ରଶାନ୍ତ ପଟେଲ, ଚିଫ ଲିଗାଲ ଏଡ୍ ଡିଫେନ୍ସ କାଉନ୍ସିଲ ଫୁଲବାଣୀର ଶ୍ରୀମତୀ ଜୟନ୍ତୀ ପାଣିଗ୍ରାହୀ, ଫୁଲବାଣୀ ବାର ଆସୋସିଏସନ ସଭାପତି ନିରୋଦ ପାତ୍ର, ଅନ୍ୟ ମାନଙ୍କ ମଧ୍ୟରେ
ବନ ବିଭାଗ ପକ୍ଷରୁ ଫୁଲବାଣୀ ବନଖଣ୍ଡ ରେଞ୍ଜ ଅଧିକାରୀ ଶିବାନନ୍ଦ ଲେଙ୍କା, ବନ ସଂରକ୍ଷକ ସରୋଜ ମିଶ୍ର,ପ୍ରେମାନନ୍ଦ ପାତ୍ର,ବହୁବୃତ୍ତି ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ,
ଏସ ଡି ପି ଓ ସୁ ପ୍ରସନ୍ନ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ବୃକ୍ଷରୋପଣର ଆବଶ୍ୟକତା ଓ ମହତ୍ଵ ସମ୍ପର୍କରେ ଅତିଥିମାନେ ଆଲୋଚନା କରିବାସହ ସାମୁହିକ ବୃକ୍ଷରୋପଣ ଅନୁଷ୍ଠିତ ହୋଇଥିଲା ।
ପାରା ଲିଗାଲ ସ୍ଵେଚ୍ଛାସେବୀ ଡି ଏଲ ଏସ୍ ଫୁଲବାଣୀ, ବହୁବୃତ୍ତି ମହାବିଦ୍ୟାଳୟର କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l

ad-week
Leave A Reply

Your email address will not be published.