ଆମ ସଂସ୍କୃତି ଆମ ଖେଳନା” ଶିକ୍ଷଣ ସାମଗ୍ରୀ କର୍ମଶାଳା ଅନୁଷ୍ଠିତ…

add-all

ଫୁଲବାଣୀ -କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଗୁଦାରୀ କ୍ଲଷ୍ଟର ଅନ୍ତର୍ଗତ ମୂଳଗୁଦାରୀ ପ୍ରାଥମିକ ବିଦ୍ୟାଳୟରେ “ଆମ ସଂସ୍କୃତି ଆମ ଖେଳନା “ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଦୁଇ ଦିନିଆ ଏହି କର୍ମଶାଳାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଜାତା ପଟ୍ଟନାୟକ ସଭାପତିତ୍ବ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଖଜୁରୀପଡା ବ୍ଲକର ସହକାରୀ ବ୍ଲକ ଶିକ୍ଷାଧିକାରୀ ଶ୍ରୀମତୀ ଜ୍ୟୋସ୍ନାରାଣୀ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଭଳି କାର୍ଯ୍ୟକ୍ରମ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ମାନଙ୍କ ବୌଦ୍ଧିକ ଓ ସହ-ବୌଦ୍ଧିକ ବିକାଶରେ ବେଶ ସହାୟକ ହେବ ବୋଲି କହିଥିଲେ l ଶିକ୍ଷକ ସାମଗ୍ରୀ ଗୁଡ଼ିକ ଦୈନନ୍ଦିନ କାର୍ଯ୍ୟ ସହିତ ଜଡ଼ିତ ସଂସ୍କୃତି ଏବଂ ମୌଳିକ ସାକ୍ଷରତା ସଂଖ୍ୟା ଜ୍ଞାନକୁ ନେଇଁ ପ୍ରସ୍ତୁତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଗୁଦାରୀ କ୍ଲଷ୍ଟରର ନଅ(9) ଗୋଟି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହିଥିବା ବେଳେ ସେମାନଙ୍କୁ ସାଧନ ପ୍ରଶିକ୍ଷକ ପ୍ରଶିକ୍ଷଣ ଦେଇଥିଲେ ଏବଂ ଗୁଦାରୀ କ୍ଲଷ୍ଟରର CRCC ଶ୍ରୀମତୀ ସୁଜାତା ପ୍ରଧାନ ଏହି ଦୁଇ ଦିନିଆ କର୍ମଶାଳାକୁ ସୁପରିଚାଳନା କରିଥିଲେ l

ad-week
Leave A Reply

Your email address will not be published.