ଫୁଲବାଣୀ : ଚଳିତ ମାସ ଚାରି ତାରିଖ ଦିନ ଟିକାବାଲି ଥାନା ସଙ୍କରାଖୋଲ୍ ସ୍ଥିତ ହାଟପଦା ଠାରେ କମେଣ୍ଟ ମରା ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିଲା ଛୁରା ମାଡ଼ । ଛୁରାମାଡ଼ରେ ବସନ୍ତ ଦଳ ବେହେରା ନାମକ ଯୁବକ ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ପରେ ଟିକାବାଲି ପୋଲିସ ଏହି ଘଟଣାରେ ପାଞ୍ଚ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । କିନ୍ତୁ ମୁଖ୍ୟ ଦୁଇ ଆସାମୀ କୁ ଗିରଫ କରିନଥିବାରୁ ମୃତକଙ୍କ ପରିବାର ଓ ସଂକରାଖୋଲ ଅଞ୍ଚଳବାସୀ ଆଜି ସକାଳୁ ସଙ୍କରାଖୋଲ ର ଦେଇ ଯାଇଥିବା 157 ତମ ଜାତୀୟ ରାଜପଥ ମୁଖ୍ୟ ରାସ୍ତାରେ ବସି ରାସ୍ତା ଅବରୋଧ କରିଥିଲେ । ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ହୋଇଥିଲା । ପରେ ଜି ଉଦୟଗିରି ଏସଡିପିଓ ବିଜୟ କୁମାର ବିଶି ଓ ମାଜିଷ୍ଟ୍ରେଟ ଶିବ ମଲିକ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝା ଶୁଝା କରି ମୃତକଙ୍କ ପରିବାରକୁ ଦଶ ହଜାର ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବା ସହ ପନ୍ଦର ଦିନ ମଧ୍ୟରେ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯିବା ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧରୁ ଓହରିଥିଲେ ଉତ୍ୟକ୍ତ ଲୋକମାନେ ।
