ଜିଲ୍ଲା ସ୍ତରୀୟ ଓଜନ ଏବଂ ଉଚ୍ଚତା ନିରୀକ୍ଷଣ ତାଲିମ…

add-all

ମାଲକାନଗିରି : ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଓଜନ ଏବଂ ଉଚ୍ଚତା ନିରୀକ୍ଷଣ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଏବଂ ସମନ୍ଵିତ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ତାଲିମ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ, ସଧାରଣ, ସୋମନାଥ ପ୍ରଧାନ ଯୋଗ ଦେଇଥିଲେ। ଶିଶୁଙ୍କର ଓଜନ ଏବଂ ଉଚ୍ଚତା ନିର୍ଭୁଲ ଭାବରେ ନିରୀକ୍ଷଣ ନିମନ୍ତେ ଏହି ତାଲିମ ସହାୟକ ହୋଇପାରିବ ବୋଲି ଅତିରିକ୍ତ ଜିଲ୍ଲାପାଳ ମତ ପ୍ରକାଶ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ ନିର୍ଦ୍ଦେଶକ, ଏମଆଇଏସ, ସାଗରିକା ମୁଦୁଲି, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ପ୍ରମିଳା ମାଝୀ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲୁ ଯୋଗ ଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିବା ସହ ଶିଶୁଙ୍କ ଓଜନ ଏବଂ ଉଚ୍ଚତା ନିରୀକ୍ଷଣ କ୍ଷେତ୍ରରେ ମାଲକାନଗିରି ଜିଲ୍ଲାକୁ ପ୍ରଥମ ସ୍ଥାନରେ ରଖିବାର ସଂକଳ୍ପ ନେଇ କାମ କରିବା ଉଚିତ୍ ବୋଲି ପରାମର୍ଶ ଦେଇଛନ୍ତି। ଜିଲ୍ଲା ପୋଷଣ ସଂଯୋଜକ ଏସ କେ ମଞ୍ଜୁର ଅହମ୍ମଦ ଏବଂ ଜିଲ୍ଲା ପ୍ରକଳ୍ପ ସହାୟକ ହିମାଂଶୁ ଖରା ଏହି ତାଲିମ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ୟୁନିସେଫର ଜିଲ୍ଲା ସଂଯୋଜକ ସାମୁଏଲ ହରିଜନ, ପ୍ରୋଗ୍ରାମ ଅଫିସର, ଇନ୍ଦିରା ପ୍ରଧାନ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ଏଡିଏସଡବ୍ଲୁ, ଜିଲ୍ଲାର ସାତଟି ପ୍ରକଳ୍ପ ସିଡିପିଓ, ଆଇସିଡିଏସ ସୁପର ଭାଇଜର, ମିଶନ ଶକ୍ତି ଡିପିଏମ, ବିପିସି, ମମତା ଡିପିସି, ଏନଓପି ଏବଂ ପୋଷଣ ପ୍ରକଳ୍ପ ସଂଯୋଜକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

ad-week
Leave A Reply

Your email address will not be published.