ପୁଣି ଅଶାନ୍ତ ଗଞ୍ଜାମ : କବିସୂର୍ଯ୍ୟନଗର ରେ ଫୁଟିଲା ଗୁଳି ଗଡ଼ିଲା ମୁଣ୍ଡ…!

add-all


ବ୍ରହ୍ମପୁର:୧୦-୭ ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନା ଇଲାକାରେ ଗୁଳି ଫୁଟି ଜଣେ ଯୁବକ ର ମୁଣ୍ଡ ଗଡିଛି। ଜଟେଶ୍ୱର ପୋଖରୀ ନିକଟରେ ଅପରାହ୍ନ ରେ ଏକ ଗଛ ମୂଳେ ଗ୍ରାମର କିଛି ଯୁବକ ବସି ତାସ ଖେଳୁଥିଲେ। ଏହି ସମୟରେ କିଛି ଯୁବକ ବାଇକ ଯୋଗେ ଆସି ତ୍ରିନାଥ ମଲ୍ଲିକ ନାମକ ଯୁବକ କୁ ଗୁଳିମାଡ଼ କରିଥିଲେ। ସେଠାରେ ତ୍ରିନାଥ ଟଳି ଯାଇଥିଲେ। ଗୁଳି ଫୁଟିବା ପରେ ସେଠାରେ ତାସ ଖେଳୁଥିବା ଅନ୍ୟ ଯୁବକ ମାନେ ଜୀବନ ବଞ୍ଚାଇବାକୁ ସେଠାରୁ ଦୌଡ଼ି ଚାଲି ଯାଇଥିଲେ। ଖବର ପାଇ କବିସୂର୍ଯ୍ୟନଗର ପୋଲିସ ଘଟଣା ସ୍ଥଳରେ ପାହଞ୍ଚି ତ୍ରିନାଥ ଙ୍କୁ ଡାକ୍ତର ଖାନା କୁ ନେଇଥିଲେ। ଡାକ୍ତର ତ୍ରିନାଥ ଙ୍କୁ ମୃତ ଘୋଷଣା କରିଥିଲେ। କେଉଁ କାରଣରୁ ଗୁଳି କାଣ୍ଡ ଘଟିଛି ତାହା ଜଣା ପଡ଼ିନାହିଁ। ଗଞ୍ଜାମ ଜିଲ୍ଲାରେ ନିର୍ବାଚନ ପରେ ଗୁଳି ଫୁଟିଥିବାରୁ ଅଞ୍ଚଳ ରେ କୋକୁଆ ଭୟ ସୃଷ୍ଟି ହୋଇଛି। ଦିନକୁ ଦିନ ଅଶାନ୍ତ ହେବାକୁ ଯାଉଛି ଜିଲ୍ଲା ପୋଲିସ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଅନୁରୋଧ ହେଉଛି l

ad-week
Leave A Reply

Your email address will not be published.