ସୂଚନାଦାତା ସନ୍ଦେହରେ ଜଣେ ଗ୍ରାମବାସୀଙ୍କୁ ହତ୍ୟା କରିଥିବା ମାଓବାଦୀ ଗିରଫ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବିଜାପୁର ଜିଲ୍ଲା ପୋଲିସ ଜଣେ ମାଓବାଦୀକୁ ଗିରଫ କରିଛି। ଉକ୍ତ ମାଓବାଦୀ ଜଣଙ୍କ ମାଓ ସଂଗଠନର ସକ୍ରୀୟ ମାଓବାଦୀ ରାମା ତେଲାମ ବୋଲି ଜଣା ପଡିଥିବା ବେଳେ ତାକୁ କୁଟରୁ ଥାନା ଅନ୍ତର୍ଗତ ତେଲିପେଂଟା ଗ୍ରାମରୁ ଗିରଫ କରାଯାଇଛି। ତଥ୍ୟ ଅନୁଯାୟୀ ରାମା ତେଲାମ ଗତ ୧୪ ମାର୍ଚ ୨୦୨୪ ରେ ପେଠା ଗ୍ରାମର ଜଣେ ଗ୍ରାମବାସୀଙ୍କୁ ସୂଚନାଦାତା ସନ୍ଦେହରେ ହତ୍ୟା କରିଥିବା ଘଟଣାରେ ସାମିଲ ଥିଲୋ ତେବେ ଏଥିସହ ବିଜାପୁର ପୋଲିସ ତରଫରୁ ଉକ୍ତ ମାଓବାଦୀଙ୍କ ନାମରେ ୧୦ ହଜାରଟଙ୍କା ଇନାମ ରାଶି ମଧ୍ୟ ଘୋଷଣା କରିଥିଲୋ କୁଟରୁ ଥାନା ଅଂଚଳରେ ପୋଲିସ ମାନେ କୁମ୍ବି ଅପରେସନ କରୁଥିବା ସମୟରେ ତେଲିପେଂଟା ଗ୍ରାମରେ ରାମା ତେଲାମ ଲୁଚି ରହିଥିବା ଖବର ପାଇ ଗ୍ରାମରେ ଚଢଉ କରି ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ ସୂଚନା ଦେଇଛି।

ad-week
Leave A Reply

Your email address will not be published.