ପୂର୍ବତନ ବିଧାୟକଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ସାଂସଦ ଓ ବିଧାୟକ

add-all

ମାଲକାନଗିରି /ପଡିଆ : କିଛିଦିନ ତଳେ ବିୟୋଗ ହୋଇଥିବା ମାଲାକନଗିରି ଜିଲ୍ଲାର ପୂର୍ବତନ ବିଧାୟକ ଆଦିତ୍ୟ ମାଡିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ତାଙ୍କ ନିଜସ୍ଵ ଗ୍ରାମରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଓ ମାଲକାନଗିରି ନିର୍ବାଚନ ମଣ୍ଡଳୀର ବିଧାୟକ ନରସିଂହ ମାଡକାମି ଯୋଗ ଦେଇ ପୂର୍ବତନ ବିଧାୟକଙ୍କ ଫୋଟରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ଦେଖିବାକୁ ମିଳିଛି। ପୂର୍ବତନ ବିଧାୟକ ଆଦିତ୍ୟ ମାଡିଙ୍କ ପତୃକ ଗ୍ରାମ ପଡିଆ ବ୍ଲକ ବାପନପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ମେଟାଗୁଡା ଗ୍ରାମରେ ଅୟୋଜିତ ଏହି ସ୍ମୃତି ସଭାରେ ଦିବଙ୍ଗତ ବିଧାୟକଙ୍କ ସଂଘର୍ଷମୟ ପରିବେଶରୁ ଜଣେ ବିଧାୟକ ସାଜି ଲୋକଙ୍କ ସେବାରେ ସମର୍ପିତ ହେବା ପର୍ଯ୍ୟନ୍ତ ଯାତ୍ରାକୁ ନେଇ ମତ ଦିଆଯାଇଥିଲା। ଉପସ୍ଥିତ ଅତିଥି ମାନେ ବିଧାୟକଙ୍କ ସମ୍ପର୍କରେ ରହିବା ବେଳର ଅନୁଭୂତି ବାବଦରେ ନିଜ ନିଜ ମତ ରଖିଥିଲେ। ପୂର୍ବତନ ବିଧାୟକ ଜଣେ ଆଦିବାସୀ ନେତା ସହ ମିଷ୍ଟଭାଷୀ ଓ ମେଳାପୀ ବ୍ୟକ୍ତି ଥିଲେ ଓ ସେ ସେ ସର୍ବଦା ଲୋକଙ୍କ ସହ ଯୋଡ଼ି ହୋଇ ରହିଥିଲେ ତାହା ସର୍ବଦା ଆମକୁ ପ୍ରେରିତ କରିବ ବୋଲି ସାଂସଦ ଶ୍ରୀ ମାଝୀ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲ୍ଳା ସଭାପତି ନିମାଇଁ ଚନ୍ଦ୍ର ପାଲ୍, ଅଶୋକ ପରିଡା, ମାଲକାନଗିରି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ, ପଡିଆ ବିଡିଓ ଅଭିମନ୍ୟୁ କବି ସତପଥି ସମେତ ବିଭିନ୍ନ ଅଞ୍ଚଳର ଜନ ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି, ବିଜେପି ଦଳର କର୍ମୀ ଓ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.