ଏବିଭିପିର ଚଳିତ ମାସ ୧୮ ତାରିଖରୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ସଦସ୍ୟତା ଗ୍ରହଣ ଅଭିଯାନ ଆରମ୍ଭ…

add-all

ଫୁଲବାଣୀ : ଫୁଲବାଣୀ ସ୍ଥିତ ମା ନାରାୟଣୀ ଯାତ୍ରା ପଡିଆ କାର୍ଯ୍ୟାଳୟ ଠାରେ ସନ୍ଧ୍ୟାରେ ଏବିଭିପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l କନ୍ଧମାଳ ଜିଲ୍ଲାରେ ସମସ୍ତ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ସ୍ତରରେ ୬୦୦୦ ଅଧିକ ସଦସ୍ୟ ଥିବା ଆକଳନ କରାଯାଇଛି । ଚଳିତ ମାସ ୧୮ ତାରିଖରୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ସଦସ୍ୟତା ଅଭିଯାନ ଜାରି ରହିବ । ବିଭିନ୍ନ କ୍ଷେତ୍ରରେ ରୁଚି ରଖୁଥ‌ିବା ଛାତ୍ରଛାତ୍ରୀଙ୍କୁ ଯୋଡିବା ପାଇଁ ମହାବିଦ୍ୟାଳୟ ଏବଂ ବିଶ୍ଵବିଦ୍ୟାଳୟ ସ୍ତରରେ କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଛି । ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ଥିବାରୁ କ୍ୟାମ୍ପସରେ ଅନେକ ସମସ୍ୟା ରହିଛି । ତେଣୁ ଚଳିତ ବର୍ଷ ନିର୍ବାଚନ ଉପରେ ଗୁରୁତ୍ବ ଦିଆଯାଇ କାର୍ଯ୍ୟ କରାଯିବ ବୋଲି ସଂଗଠନ କାର୍ଯ୍ୟକର୍ତ୍ତା ପ୍ରକାଶ କରିଛନ୍ତି। ଏଥିରେ ସଂଗଠନ କର୍ମକର୍ତ୍ତା ଯୋଗଦେଇ ଏବିଭିପିର ସଦସ୍ୟ ସଂଖ୍ୟା ବୃଦ୍ଧି କରିବା, ଛାତ୍ର ସଂସଦ ନିର୍ବାଚନ ଏବଂ ଶିକ୍ଷାର ଅଗ୍ରଗତି ଉପରେ ଦୃଷ୍ଟି ଦିଆଯିବ ବୋଲି ସଂଘ ପକ୍ଷରୁ କୁହାଯାଇଥିଲା I କନ୍ଧମାଳ ଜିଲ୍ଲାରେ ଥିବା କଲେଜରେ ଆଗାମୀ ଦିନରେ ୬୦୦୦ ସଦସ୍ୟତା କରାଯିବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି ।ସଂଘ ଏବିଭିପି ଶୃଙ୍ଖଳିତ, ଦାୟିତ୍ବବାନ ଛାତ୍ର ଗଠନ ଭାବେ ଦୀର୍ଘ ୭୬ ବର୍ଷ ଧରି ସାମାଜିକ ଓ ଶିକ୍ଷା କ୍ଷେତ୍ରରେ କାମ କରି ଆସୁଅଛି l ପ୍ରତି ଶିକ୍ଷା ବର୍ଷରେ ନୂତନ ବିଦ୍ୟାର୍ଥୀଙ୍କୁ ରାଷ୍ଟ୍ରୀୟ ପୁନଃନିର୍ମାଣ ପାଇଁ ସଂକଳ୍ପ ଦେଇ ସଦସ୍ୟତା ଅଭିଯାନ ଆରମ୍ଭ କରିଥାଏ ଏହି ସଂଘ । ଆୟୋଜିତ ପ୍ରେସ ମିଟରେ ରାଜ୍ୟ ଯଗ୍ମ ସମ୍ପାଦିକା ସଂଜନା କହଁର, ଗଞ୍ଜାମ ବିଭାଗ ସହ ସଂଯୋଜକ ରୁଦ୍ରପ୍ରସାଦ ସେଠୀ, କନ୍ଧମ କନ୍ଧମାଳ ଜିଲ୍ଲା ସଭାପତି ସନ୍ତୋଷ କୁମାର ଦଳବେହେର ଓ ସଂଯୋଜକ ଅମ୍ଳାନ ପଟ୍ଟନାୟକ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.