ଗଞ୍ଜାମ ଜିଲ୍ଲା ରେ ନିର୍ମିତ ହୋଇ ଥିବା ନୂତନ ବସ ଷ୍ଟାଣ୍ଡ ଗୁଡିକ କାର୍ଯ୍ୟକ୍ଷମ କେବେ..? ଭୁତ କୋଠି ପାଲଟିଛି ବସଷ୍ଟାଣ୍ଡ, ଟ୍ରାଫିକ ଅଣ ଆୟତ୍ତ…

ସ୍କୁଲ, କଲେଜ ଓ ମୋ ବସ ଟ୍ରାଫିକ ସମସ୍ୟା ର ମୂଳ ସୂତ୍ରଧର….

add-all

ବ୍ରହ୍ମପୁର :ଅନେକ ବର୍ଷ ହେଲା ଭବିଷ୍ୟତ କୁ ଆଖିରେ ରଖି ଟ୍ରାଫିକ ସମସ୍ୟା ରେ ସମାଧାନ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ହଳଦିଆ ପଦର ଠାରେ ବସଷ୍ଟାଣ୍ଡ ନିର୍ମାଣ କରିଛି ହେଲେ ଏହା  ଲୋକଙ୍କ ସେବାରେ ଲାଗୁନି। କେବଳ ବ୍ରହ୍ମପୁର ନୁହଁ ଜିଲ୍ଲାର ଅନେକ ନୂତନ ଭାବେ ନିର୍ମିତ ହୋଇ ଥିବା ବସ ଷ୍ଟାଣ୍ଡ ର ଅବସ୍ଥା ବି ସେୟା କହିଲେ କିଛି ବି ଭୁଲ ହେବ ନାହିଁ l କେଉଁଠି ନିର୍ମାଣଧିନ ବସ୍ ଷ୍ଟାଣ୍ଡରେ ତହସିଲ କାମ ଚାଲିଛି ତ ଆଉ କେଉଁଠି ଏନ୍.ଏ.ସି କାଯ୍ୟାଳୟ। ଫଳରେ ବିଭିନ୍ନ ସ୍ଥାନରୁ ଆସୁଥିବା ଯାତ୍ରି, ବସ୍ ସେବା ଯୋଗାଉ ଥିବା ଡ୍ରାଇଭର୍, ହେଲ୍ପର ଓ କର୍ମଚାରୀ ନାହି ନଥିବା ଆସୁବିଧାର ସମ୍ମୁଖିନ ହେଉଛନ୍ତି। ଗଂଜାମରେ ନିର୍ମାଣ ସରିଥିବା ଆନେକ ବସଷ୍ଟାଣ୍ଡରେ ଝୁଲୁଛି ତାଲା। ଏପରି ସ୍ଥିତିରେ କୋଟିକୋଟି ଟଙ୍କା ବ୍ୟୟରେ ନିର୍ମିତ ବସ୍ ଷ୍ଟାଣ୍ଡ ସବୁ କାହା ସ୍ୱାର୍ଥରେ ବୋଲି ସାଧାରଣ ରେ ପ୍ରଶ୍ନ ଉଠୁଛି।

ବ୍ରହ୍ମପୁର ସହରର ହଳଦିଆ ପଦର ଠାରେ ନିର୍ମିତ ବସ ଷ୍ଟାଣ୍ଡ ବର୍ଷ ବର୍ଷ ଧରି ଲୋକଙ୍କ ସେବାରେ ଲାଗିପାରୁ ନାହିଁ। ୧୨ କୋଟିରେ ନିର୍ମିତ ବସଷ୍ଚାଣ୍ଡରେ ତହସିଲ କାର୍ଯ୍ୟାଳୟ ଚାଲିଛି। ସେହିପରି ଗୋପାଳପୁର ନୂଆ ବସଷ୍ଟାଣ୍ଡରେ ଚାଲିଛି ଏନ୍.ଏ.ସି କାର୍ଯ୍ୟାଳୟର କାମ। ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳି ଗୋପାଳପୁରୁ ବିଭିନ୍ନ ରାଜ୍ୟରୁ ବସ ଚଳାଚଳ କରୁଛି। ହେଲେ ବସଷ୍ଟାଣ୍ଡ ଗୋଟିଏ ବି ବସ୍ ଆସୁନି। ଫଳରେ ପର୍ୟ୍ୟଟକ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି । ଛତ୍ରପୁର ନାମକୁ ମାତ୍ର ବସ ଷ୍ଟାଣ୍ଡ ରହିଛି କହିଲେ ଚଳେ l ଗତ ସରକାର ସାଧାରଣ ଲୋକଙ୍କ ସ୍ୱାର୍ଥ କୁ ନେଇ ଯୋଜନା ପରେ ଯୋଜନା କରି କୋଟି କୋଟି ଟଙ୍କା ହରଲୁଟ କରିଛି l ସରକାର ଙ୍କ ଟଙ୍କା ବାଟ ମାରାଣ କରିବା ଏକ ସୁନ୍ଦର ଯୋଜନା କହିଲେ କିଛି ବି ଭୁଲ ହେବ ନାହିଁ l

ଏପଟେ ବ୍ୟବସାୟର ପେଣ୍ଠସ୍ଥଳି କୁହାଯାଉଥିବା ଆସିକା ସହରରେ ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ନୂଆ ବସଷ୍ଟାଣ୍ଡ ତିଆରି ହୋଇଛି। ଚଳିତ ବର୍ଷ ମାର୍ଚ୍ଚ ୧୨ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ। ସବୁ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା ଥାଇ ବି ଲୋକଙ୍କ କାମରେ ଆସୁନି ଏହି ବସ ଷ୍ଟାଣ୍ଡ ।ଯେଉଁଠି  ଭିତରୁ ପଟୁ ଚାବି ଦେଇ ଠିକା ସଂସ୍ଥାର କିଛି ଲୋକ ରହୁଥିବା ଅଭିଯୋଗ ହୋଇଛି। ଯାତ୍ରୀଙ୍କ ପାଇଁ କାହିଁକି ଖୋଲାଯାଉନାହିଁ ବୋଲି ପଚାରିଲେ କାହାରି ପାଖରେ ଏହାର  ଉତ୍ତର ନାହିଁ । ଦିନକୁ ଦିନ ଟ୍ରାଫିକ ସମସ୍ୟା ବଢ଼ିବାରେ ଲାଗିଛି ପୋଲିସ ଜିଲ୍ଲା ପ୍ରଶାସନ ଉପରେ ଦୋଷ ଲଦି ଦେଇ ଚୁପ ବସିଛି l ବୋଧେ ଜିଲ୍ଲା ପ୍ରଶାସନ ର ବସ ମାଲିକ ଉପରେ ଲଗାମ ନାହିଁ ବୋଲି ବୁଦ୍ଧିଜୀବୀ ଓ ସାଧାରଣ ରେ ଆଲୋଚନା ହେଉଛି l ଜିଲ୍ଲା ପ୍ରଶାସନ ଓ ବସ ମାଲିକ ମାନଙ୍କ ମଧୁର ସମ୍ପର୍କ ପାଇଁ ସାଧାରଣ ଟ୍ରାଫିକ ସମସ୍ୟା କୁ ନେଇ ଅଣ ନିଶ୍ୱାସ ହେଲେଣି l ଜିଲ୍ଲାରେ ଥିବା ବସ ଷ୍ଟାଣ୍ଡ ଗୁଡିକ ଭୁତ କୋଠି ପାଲୋଟିଲାଣି l ଯଦି ପ୍ରଶାସନ ଏହାକୁ ଗୁରୁତ୍ୱ ଦେଇ ବସ ଷ୍ଟାଣ୍ଡ ଗୁଡିକୁ କାର୍ଯ୍ୟକ୍ଷମ କରନ୍ତି ତେବେ ଟ୍ରାଫିକ ସମସ୍ୟା ର ସମାଧାନ ହେବା ସହିତ ଅନେକ ଦିଗରେ ସାଧାରଣ ଜନତା ଉପକୃତ ହୋଇ ପାରନ୍ତେ ଏହାକୁ ନେଇ ଗଂଜାମ ଜିଲ୍ଲାରେ ଥିବା ବସଷ୍ଟାଣ୍ଡ ସଂପର୍କରେ ପରିବହନ ମନ୍ତ୍ରୀ ବିଭୁତି ଜେନା କହିଛନ୍ତି, ଖୁବଶିଘ୍ର ଲୋକଙ୍କ କାମରେ ଲାଗିବ ସବୁ ବସଷ୍ଟାଣ୍ଡ। ଦେଖାଯାଉ ଏହା କେବେ ହେବ ତାହା ସମୟ କହିଁବ…

ad-week
Leave A Reply

Your email address will not be published.