ପୋଖରୀ ସୌନ୍ଦର୍ଯ୍ୟ କରଣ ନା ପ୍ରତାରଣା : ବସ୍ତିରେ ପଶିଲା ବନ୍ୟାଜଳ, ଜାତୀୟ ରାଜପଥ ଅବରୋଧ କଲେ ବସ୍ତି ବାସିନ୍ଦା…

add-all

ମାଲକାନଗିରି ମାଲକାନଗିରି ଜିଲ୍ଲା ସଦରରେ ୭ନମ୍ବର ୱାର୍ଡ ହାଟପଦା ସାହିର ଲୋକେ ପ୍ରତିବର୍ଷ ବର୍ଷା ଦିନ ହେଲେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ।ସାମାନ୍ୟ ବର୍ଷା ହେଲେ ଏହି ସାହିରେ ବର୍ଷା ଜଳ ପଶି ନିଷ୍କାସନ ହୋଇ ପାରୁନଥିବାରୁ ଘର ଗୁଡିକ ପ୍ରାୟ୪ଫୁଟରୁ ଅଧିକ ଜଳ ପସୁଛି । ଏହି ସାହିର ପାର୍ଶ୍ଵରେ ବାଲି ସାଗର ବନ୍ଧର ସୌନ୍ଦର୍ଯ୍ୟକରଣ ଚାଲୁ ଥିବାରୁ ଜଳ ନିଷ୍କାସନ ହୋଇ ନ ପାରି ଘର ମଧ୍ୟରେ ଜଳ ପଶିବା ସହ ଅନେକ କଛା ଘର ନଷ୍ଟ ହେଉଛି । ଏହି ଅଞ୍ଚଳରେ ରହୁଥିବା ଗରିବ ଶ୍ରେଣୀର ଲୋକେ ପ୍ରତିବର୍ଷ ଏହିପରି ସମସ୍ୟା ଭୋଗୁଥିବା ସହ ଅସ୍ୱାସ୍ଥ୍ୟକର ପରିବେଶ ପାଇଁ ଲୋକଙ୍କୁ ବିଭିନ୍ନ ରୋଗର ସାମ୍ନା କରିବାକୁ ପଡୁଥିବା ସହ ଘରେ ସରୀସୃପ ପସୁଥିବା ଅଭିଯୋଗ କରିଛନ୍ତି । ପୌରପରିଷଦ ପୋଖରୀ ସୌନ୍ଦର୍ଯ୍ୟ କରଣ ନା ରେ ପ୍ରତାରଣା କରୁଥିବା ଅଭିଯୋଗ କରଛନ୍ତି ବସ୍ତି ବାସିନ୍ଦା । ଗତ ତିନିମାସ ତଳେ ଏହି ଅଞ୍ଚଳକୁ ନବନିର୍ବାଚିତ ବିଧାୟକ,ଜିଲ୍ଲାପାଳ, ତହସିଲଦାର ପୌରପରିଷଦ ଅଧିକାରୀ ଗ୍ରସ୍ତକରି ପ୍ରଶାସନ କୂ ଏହାର ସ୍ଥାୟୀ ସମାଧାନ କରିବାକୁ ନିର୍ଦେଶ ଦେଇଥିଲେ ମଧ୍ୟ ଆଜିସୁଦ୍ଧା ଏହାର ସମାଧାନ ନ ହେବା ଓ ପୌର ପ୍ରଶାସନ ଜାଣିଶୁଣି କୌଣସି ପଦକ୍ଷେପ ନେଉଥିବାରୁ ସ୍ଥାୟୀ ସମାଧାନ ଦାବିରେ ଜିଲ୍ଲା ସଦର ଦେଇ ଯାଇଥିବା ୩୨୬ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ନିର୍ଧୁମ ବର୍ଷା ସତ୍ୱେ ବସ ଷ୍ଟାଣ୍ଡ ନିକଟରେ ଏହି ଅବରୋଧ ଯୋଗୁଁ ଯାତାୟାତ ରେ ବାଧା ଉପୁଜିଥିବା ଦେଖିବାକୁ ମିଳିଛି । ବର୍ଷାରେ ପୁରୁଷ ଓ ମହିଳା ମାନେ ରାଜରାସ୍ତା କରି ପ୍ରତିବାଦ କରିବା ସହ ସମସ୍ୟା ର ସ୍ଥାୟୀ ସମାଧାନ ଦାବି କରିଛନ୍ତି । କିଛି ମହିଳା ନିଜ ନିଜର କୋମଳମୋତି ଶିଶୁଙ୍କୁ ଧରି ବର୍ଷାରେ ଠିଆ ହୋଇଥିବା ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ଆନ୍ଦୋଳନକୁ ଯଥାର୍ଥ ଦର୍ଶାଇବା ସହ ଏହାର ତୁରନ୍ତ ସମାଧାନ କରିବାକୁ ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର ପ୍ରଶାସନ କୁ ଅନୁରୋଧ କରିଛନ୍ତି ।

ad-week
Leave A Reply

Your email address will not be published.