ଲକ୍ଷ୍ମୀଙ୍କୁ ଉପହାର ଦେଇ ପ୍ରଭୁ ମାନଙ୍କ ମାନଭଞ୍ଜନ କରି ପ୍ରବେଶ ହେଲେ ତିନି ଠାକୁର

add-all

ଫୁଲବାଣୀ : ରଥ ଯାତ୍ରା ଅବସରରେ ଦୀର୍ଘ ଦିନ ଧରି ଚତୁର୍ଦ୍ଧା ମୁ୍ର୍ତ୍ତିଙ୍କର ନିଳାଦ୍ରୀ ବିଜେ ଅନୁଷ୍ଠିତ ହୋଇଯାଇଚି। ନବଦିନର ଗୁଣ୍ଡିଚା ଯାତ୍ରା ପରେ ମହାପ୍ରଭୁ ଶ୍ରୀ ମନ୍ଦିର କୁ ବାହୁଡା ଦିନ ଫେରି ଥିଲେ ସତ କିନ୍ତୁ ମନ୍ଦିର ଭିତରକୁ ପ୍ରବେଶ ନ କରି , ରଥ ଉପରେ ହିଁ ଆହୁରି 3 ଦିନ ରହିଥିଲେ। ସଂକ୍ରାନ୍ତି, ଏକାଦଶୀ ପରେ ଅଧର ପଣା ନୀତି ଆଦି ରଥ ଉପରେ ଅନୁଷ୍ଠିତ ହୋଇଥିଲା। 19 ତାରିଖ ଶୁକ୍ରବାର ଦିନ ରାତ୍ରିରେ ମହାପ୍ରଭୁ ଶ୍ରୀ ମନ୍ଦିରକୁ ପହଣ୍ଡି କରି ବିଜେ କରିଥିଲେ ସତ କିନ୍ତୁ ମା ମହାଲକ୍ଷ୍ମୀ କବାଟ ଖୋଲି ନଥିଲେ। ଦୀର୍ଘ ଦିନର ଯାତ୍ରା ପାଇଁ ରୋଷ କରିଥିଲେ। ପ୍ରଭୁ ଜଗନ୍ନାଥ ମହାଲକ୍ଷ୍ମୀଙ୍କ ପାଇଁ ରସଗୋଲା, ଲଡୁ, ପାଟ ଶାଢ଼ି ଆଦି ଉପହାର ଆଣି ଦେଇଥିଲେ। ଏହି ଅବସରରେ ଲକ୍ଷ୍ମୀ ନାରାୟଣ କଳି ମଧ୍ୟ ହୋଇଥିଲା। ଉପହାର ଦେଇ ପ୍ରଭୁ ମାନଙ୍କ ମାନଭଞ୍ଜନ କରିଥିଲେ ଏବଂ ମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ। ଏହି ଅବସର ରେ ରଥ ସମ୍ମୁଖ ରେ ନଟରାଜ କଳା ମନ୍ଦିର ଦ୍ଵାରା ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କଣ୍ଠଶିଳ୍ପୀ ଲକ୍ଷ୍ମୀନାରାୟଣ ପୁରୋହିତ, ତନୁଜା ମହାନ୍ତି, ଅମ୍ବିକା ବାଳା ପାଢୀ, ଅଲିଭା ଦାସ ଆଦି ଗୀତ ପରିବେଷଣ କରିଥିଲେ ସଙ୍ଗୀତରେ ଗୁରୁ ଶରତ ପଟ୍ଟନାୟକ ସହଯୋଗ କରିଥିଲେ ଏବଂ କାର୍ଯ୍ୟକ୍ରମକୁ ବିନୋଦ ଚନ୍ଦ୍ର ସାହୁ ପରିଚାଳନା କରିଥିଲେ। ବର୍ଷା ସତ୍ତ୍ୱେ ହଜାର ହଜାର ଦର୍ଶକ ନିଳାଦ୍ରୀ ବିଜେ କାର୍ଯ୍ୟକ୍ରମ ଦେଖିବା ସହ, ଭଜନ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।

ad-week
Leave A Reply

Your email address will not be published.