ଚିକିଟୀରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ

add-all

ଚିକିଟୀ : ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ସମ୍ମିଳନୀ କକ୍ଷରେ କାର୍ଯ୍ୟ ନିର୍ବାହୀ ଅଧିକାରୀ କୁଲଦୀପ କୁମାରଙ୍କ ତତ୍ତ୍ୱାବଧାନରେ ଶନିବାର ଦିନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁ ଯୋଗଦେଇ ୩୨ ଜଣ ନୂଆ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ। ଏହି ହିତାଧିକାରୀଙ୍କ ମଧ୍ୟରେ ୨୨ ଜଣ ବାର୍ଦ୍ଧକ୍ୟ ଭତ୍ତା, ୬ ଜଣ ବିଧବା ଭତ୍ତା, ୨ ଜଣ ସ୍ୱାମୀ ପରିତ୍ୟକ୍ତା ଭତ୍ତା ବେଳେ ଜଣେ ଲେଖାଏଁ ବିକଳାଙ୍ଗ ଓ ଅବିବାହିତା ଭତ୍ତା ଅନ୍ତର୍ଭୁକ୍ତ ଥିଲେ। ଏହି କାର୍ଯ୍ୟକ୍ରମ ରେ ଉପାଧ୍ୟକ୍ଷ ହରପ୍ରସାଦ ଚୌଧୁରୀ ଓ ସମସ୍ତ କାଉନ୍ସିଲରଙ୍କ ସମେତ ଅଫିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.