ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

add-all

ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ କୃଷ୍ଣ ଗଡତିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଯାଇଅଛି | କୁଆଁରମୁଣ୍ଡା ବ୍ଲକ ଅଧୀନରେ ଥିବା ବିଭିନ୍ନ କ୍ଲାସରେ ଶିକ୍ଷାଦାନ ଦେଇଥିବା ଶିକ୍ଷୟିତ୍ରୀ ଶ୍ରୀମତୀ ଇନୋସେଣ୍ଟ ବାରାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେବା ସହିତ ଅବସର ଶିକ୍ଷ୍ୟା କ୍ଷେତ୍ରରୁ ନେଇଥିବାରୁ ଶ୍ରୀମତୀ ବାରାଙ୍କୁ ସମ୍ମାନର ସହିତ ବିଦାୟ ଦିଆଯାଇଥିଲା |

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ଫ୍ଲୋରା ଗୁଡିଆ ଓ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ସୁଶ୍ରୀ ଦୋରଥିଆ ଟୋପ୍ପୋ କାର୍ଯ୍ୟକ୍ରମରେ ଯୋଗଦେଇ ଅବସର ପ୍ରାପ୍ତ ଶିକ୍ଷୟିତ୍ରୀଙ୍କ ଭବିଷ୍ୟତ କାମନା କରିଥିଲେ | ଉକ୍ତ କାର୍ଯ୍ୟକ୍ରମ ରାଏବଗା କ୍ଳଷ୍ଟର ସି ଆର ସି ସି ଶ୍ରୀ ବିକାଶ ଚନ୍ଦ୍ର ସା ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷୟିତ୍ରୀ ନିନିମା ପଣ୍ଡା, ଶିକ୍ଷକ ନେତା ଶ୍ରୀ ବିଭୀଷଣ ତନ୍ତୀ, ଆରତୀ ରାଶି ଦାସ, ଏରେନ ଏକ୍କା, ସୁଶ୍ରୀ ରୋଜଳିନ ଗୁଡ଼ିଆ, ସି ଆର ସି ସି ମିତା କାଲୋ, ବାମା ଚରଣ ସା, ପ୍ରଫୁଲ୍ଲ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ |

ad-week
Leave A Reply

Your email address will not be published.