ଚିନ୍ମୟ ମିଶନରେ ଗୁରୁପୂର୍ଣ୍ଣିମା ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ

ଆସିକା : ଆସିକା ଏନ ଏ ସି ୱାର୍ଡ ନମ୍ବର ୦୭ ରେ ଥିବା ଚିନ୍ମୟ ମିଶନ ଶାଖା କାର୍ଯ୍ୟାଳୟ ରେ ପବିତ୍ର ଗୁରୁପୂର୍ଣ୍ଣିମା ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଚିନ୍ମୟ ମିଶନ ପରିଚାଳନା କମିଟି ର ସଭାପତି ଲକ୍ଷ୍ମୀ ନାରାୟଣ ଗୁପ୍ତାଙ୍କ ଅଧକ୍ଷତା ରେ ଆସିକା ବିଧାୟକ ପ୍ରତିନିଧି ସଂଗୀତ ପାଢ଼ୀ, ବାରିପଦା ଆଚାର୍ଯ୍ୟ ଚିନ୍ମୟ ମିଶନ ର ମୁଖ୍ୟ ସ୍ୱାମୀ ଗୋବିନ୍ଦାନନ୍ଦ,ବରିଷ୍ଠ ବିଜେପି ନେତା ବିଜୟ ସ୍ୱାଇଁ, ଅନିଲ ପରିଡା, ସୁଶାନ୍ତ ପାତ୍ର,ସମ୍ପାଦକ ନିରଞ୍ଜନ ମହାନ୍ତି, ଭେଙ୍କଟ ରମଣ ପାତ୍ର, ସିଧେଶ୍ୱେର ପାଣିଗ୍ରାହୀ, ବିମ୍ବାଧର ପାତ୍ର, ବୃନ୍ଦାବନ ବେହେରା, ବିଷ୍ଣୁ ପ୍ରିୟା ଦେବୀ, ବିଶ୍ୱନାଥ ସେଠୀ, ଶତ୍ରୁଘନ ଗୌଡ଼, ରଂଜିତ ପଟନାୟକ, ରମେଶ ପାଣ୍ଡିଆ, ଏ. ରାମ ପ୍ରସାଦ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ l ଅଞ୍ଚଳର ଅନେକ ଯୁବ ସ୍ବେଛାସେବୀ ରକ୍ତଦାନ କରିଥିବା ବେଳେ ବହୁ ଲୋକ ଚକ୍ଷୁ ପରୀକ୍ଷା ମଧ୍ୟ କରିଥିଲେ l ପବିତ୍ର ଗୁରୁ ପୂର୍ଣ୍ଣିମା ଅଵସରରେ ଏଭଳି ଏକ ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରିଛି ଆସିକା ଚିନ୍ମୟ ମିଶନ ର ପରିଚାଳନା କମିଟି l

ad-week
Leave A Reply

Your email address will not be published.