ଲଘୁଚାପ ବର୍ଷାରେ ଭୁଶୁଡି ପଡିଲା ବ୍ରିଜ, ବିଛିନ୍ନ ହେଲା ଯାତାୟାତ

add-all

ଉମରକୋଟ /ରାଇଘର : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଳକ ମୁଣ୍ଡିବେଡ଼ା ପଞ୍ଚାୟତ ଅଧିନରେ ଥିବା ତାଳ ପଦର ଓ କୁରୁମଦରା ଗ୍ରାମ ସଂଲଗ୍ନ ରାସ୍ତାଟିର ମଝିରେ ଥିବା ବ୍ରିଜଟି ଭୁଶୁଡି ପଡିବା ଫଳରେ ଯାତାୟାତକୁ ନେଇ ବହୁ ଅସୁବିଧାର ସମ୍ମୁଖୀନ ହୋଇ, ଯିବା ଆସିବା କରି ନ ପାରି ଦୁଃଖ ଭୋଗୁଛନ୍ତି ତାଳପଦର ଗ୍ରାମବାସୀ । ବହୁବର୍ଷର ଅତି ପୁରୁଣା ବ୍ରିଜଟି ଗତକାଲିର ଲଗାଣ ଲଘୁଚାପ ବର୍ଷାରେ ଭୁଶୁଡି ପଡ଼ିବା ପରେ ତାଳପଦର ଗ୍ରାମବାସୀଙ୍କ ପାଇଁ ଏକ ବଡ଼ ସମସ୍ୟା ଦେଖାଦେଇଛି। ବ୍ରିଜର ଆରପଟେ ତାଳପଦର ଗ୍ରାମଟି ରହିଥିବା ବେଲେ ଗ୍ରାମର ଘରସଂଖ୍ୟା ୧୦୦ରୁ ଉର୍ଦ୍ଧ। ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ଓ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ରହିଛି, ତାଳପଦର ଗ୍ରାମର ପିଲାମାନଙ୍କୁ ଛାଡିଦେଲେ କୁରୁମଦରା ଓ ଆଖପାଖ ଗ୍ରାମର ପିଲାମାନେ ମଧ୍ୟ ଉକ୍ତ ବିଦ୍ୟାଳୟକୁ ପଢିବାକୁ ଯାଆନ୍ତି। ହେଲେ ଉକ୍ତ ବ୍ରିଜଟି ଭୁଶୁଡି ପଡିବାରୁ ପିଲାଙ୍କ ପାଠପଢା ସମ୍ପୂର୍ଣ୍ଣ ଠପ ହୋଇଯାଇଛି ଏବଂ ସଦର ମହକମା ଠାରୁ ଯିବା ଆସିବା ପୁରାପୁରି ବିଛିନ୍ନ ହୋଇ ପଡ଼ିଛି।

ବ୍ରିଜର ଏପାରିରେ ପଂଚାୟତ ସଦର ମହକୁମା ଓ ଅନ୍ୟାନ୍ୟ ଗ୍ରାମ ରହିଥିବାରୁ ପଂଚାୟତ କାର୍ଯ୍ୟ ସାଙ୍ଗକୁ ଅନ୍ୟାନ୍ୟ କାର୍ଯ୍ୟପାଇଁ ତାଳ ପଦର ଗ୍ରାମବାସୀ ବ୍ରିଜର ଏକୂଳ ଆସିଥାନ୍ତି। ବ୍ରିଜଟି ଲଗାନ ଲଘୁଚାପ ବର୍ଷାରେ ଭୁଶୁଡି ଯିବା ପରେ ଏବେ ଗ୍ରାମବାସୀ ବଡ଼ ହଟହଟା ହେଉଥିବା ସହିତ ସରପଞ୍ଚ, ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଜ଼ିଲ୍ଲା ପ୍ରଶାସନକୁ ଯୁଦ୍ଧ କାଳୀନ ପରିସ୍ଥିତିରେ ବ୍ରିଜଟି ସ୍ଥାୟୀ କିମ୍ବା ଅସ୍ଥାୟୀ ଭାବରେ ମରାମତି କରିବାକୁ ମୀନତି, ଗୁହାରି ସହିତ ତାଳପଦର ର ସମସ୍ତ ଗ୍ରାମବାସୀ ଦାବି କରିଛନ୍ତି।

ad-week
Leave A Reply

Your email address will not be published.