ଜୋନସ୍ତରୀୟ ବିଜ୍ଞାନ ଶିକ୍ଷକମାନଙ୍କ ପ୍ରଶିକ୍ଷଣ ଶିବିର

add-all

ଛତ୍ରପୁର : ଛତ୍ରପୁର ବ୍ଳକ ଚମାଖଣ୍ଡି ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଦୁଇ ଦିନିଆ ଜୋନସ୍ତରୀୟ ବିଜ୍ଞାନ ଶିକ୍ଷକମାନଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଖୋର୍ଧା, ଗଞାମ, ନୟାଗଡ, ଗଜପତି ଜିଲ୍ଲାର ବିଜ୍ଞାନ ଶିକ୍ଷକ ମାନଙ୍କୁ ନେଇ ଅନୁଷ୍ଠିତ ଶିବିରରେ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜିତ କୁମାର ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିବା ବେଳେ ବିଦ୍ୟାଳୟ ଅଧକ୍ଷ ରଂଜିତ କୁମାର ରଣା ସଭାପତିତ୍ବ କରିଥିଲେ।

ପ୍ରଥମ ଦିବସରେ ବିଭିନ୍ନ ପ୍ରଶିକ୍ଷଣ ବିଷୟରେ କରାପଲ୍ଲୀ ଓଏଭି ଶିକ୍ଷୟତ୍ରୀ ସୁଚିତ୍ରା ସାବତ,ବାଦପୁର ଓଏଭି ଉପଧ୍ୟକ୍ଷ ପ୍ରମିଳା ରାଉତ, ପ୍ରେମର ସିନିୟର ମ୍ୟାନେଜର ସୁଧିର କୁମାର ଦିଗାଲ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।

ସେହିଭଳି ଦ୍ୱିତୀୟ ଦିବସରେ କୁସୁମି ଓଏଭିର ଅନାମ ବେହେରା, କେନ୍ଦ୍ରୀୟ ବିଦ୍ୟାଳୟର ରାଜକିଶୋର ଚମ୍ପତି ପ୍ରଶିକ୍ଷଣ ଦେଇଥିଲେ । କାର୍ଯକ୍ରମ ଶେଷରେ ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ନୋଡାଲ ଅଧକ୍ଷ ଅରୁଣ କୁମାର ପଟେଲଙ୍କ ମାର୍ଗଦର୍ଶକରେ ଅନୁଷ୍ଠିତ ଶିବିରକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପରିଚାଳନା କରିଥିଲେ ।

ad-week
Leave A Reply

Your email address will not be published.