ବିଜେଡି ବିଧାୟକ ପ୍ରାର୍ଥୀଙ୍କ ଜନ୍ମଦିନ ଅବସରରେ ବୃକ୍ଷରୋପଣ

add-all

ଚିକିଟୀ : ଏହି ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଚିନ୍ମୟା ନନ୍ଦ ଶୀରୂପ ଦେଓ ଙ୍କ ୪୮ ତମ ଜନ୍ମ ଦିବସରେ ସ୍ଥାନୀୟ ବିଜେଡି କର୍ମୀଙ୍କ ଗହଣରେ ଧାନଘର ଛକ ଠାରୁ ଚିକିଟୀ ଗଡ଼ ମଧ୍ୟରେ ରାଜ୍ୟ ରାଜ ପଥ ପାର୍ଶ୍ୱରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ପ୍ରାୟ ଶହେରୁ ଅଧିକ ବିଭିନ୍ନ କିସମର ବୃକ୍ଷ ରୋପଣ କରାଯଇଥିଲା। ଏହି କାର୍ଯ୍ୟକ୍ରମ ରେ ଉକ୍ତ ଦଳର ବରିଷ୍ଟ ସଙ୍ଗଠକ ସୁରେନ୍ଦ୍ର ମଣ୍ଡଳ ଙ୍କ ଉପସ୍ଥିତରେ ଶ୍ରୀରୂପ ଦେଓ ନିଜେ ବୃକ୍ଷ ରୋପଣ କରି ବୃକ୍ଷର ଉପକାରୀତା ଓ ଆଗାମୀ ଦିନରେ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ ନିହାତି ଜରୁରୀ ବୋଲି ବାର୍ତ୍ତା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଦଳର ବରିଷ୍ଟ ନେତା ପ୍ରଶାନ୍ତ କୁମାର ସାହୁ, ଧର୍ମା ସାହୁ, ବିଜ୍ଞାପିତ ଅଞ୍ଚଳ ଅଧ୍ୟକ୍ଷା ପ୍ରତିନିଧି ରଘୁନନ୍ଦନ ସାହୁ, ଉପାଧ୍ୟକ୍ଷ ହରପ୍ରସାଦ ଚୌଧୁରୀ, ଉଲ୍ଲାସ ଗୌଡ଼, ପ୍ରଭାତ ପଣ୍ଡା, ବିପଦ ପଣ୍ଡା,କୃଷ୍ଣଚନ୍ଦ୍ର ପାଣିଗ୍ରାହି, ଏସ. କିଷାନ ସୁବୁଦ୍ଧି, ଟି. ଆନନ୍ଦ ରାଓ ସୁବୁଦ୍ଧି, ମନୋଜ କୁମାର ସାହୁ, ଅକ୍ଷୟ କୁମାର ସାହୁ, ଶ୍ରୀଧର କୁମାର ସାହୁ,ତୁଫାନ ଆଚାର୍ଯ୍ୟ, ନିରଞ୍ଜନ ବେହେରା ଓ ରଶ୍ମିତା ପ୍ରଧାନଙ୍କ ସହ ଅନେକ ବିଜେଡି କର୍ମୀ ଯୋଗଦାନ କରି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ।

ad-week
Leave A Reply

Your email address will not be published.